Biblia Todo Logo
Bìoball air-loidhne

- Sanasan -

୧ ପିତର 4 - ପବିତ୍ର ବାଇବଲ (CL) NT (BSI)


ପରିବର୍ତ୍ତିତ ଜୀବନ

1 ଖ୍ରୀଷ୍ଟ ଶାରୀରିକ କ୍ଳେଶଭୋଗ କରିଥିବାରୁ, ତୁମ୍ଭେମାନେ ମଧ୍ୟ ତାଙ୍କ ପରି ମନୋଭାବାପନ୍ନ ହୋଇ ନିଶ୍ଚିତ ହୁଅ ଯେ ଯେଉଁ ବ୍ୟକ୍ତି ଶାରୀରିକ ଯନ୍ତ୍ରଣା ସହ୍ୟ କରେ, ୌ ଆଉ ପାପରେ ଲିପ୍ତ ହୋଇ ରହେ ନାହିଁ।

2 ତୁମ୍ଭେମାନେ ବର୍ତ୍ତମାନଠାରୁ ଜୀବନର ଅବଶିଷ୍ଟ କାଳ ଭିତରେ ଶାରୀରିକ ଅଭିଲାଷର ବଶବର୍ତ୍ତୀ ନ ହୋଇ ଈଶ୍ୱରଙ୍କ ଇଚ୍ଛାଧୀନ ହୁଅ।

3 ଅତୀତରେ ତୁମ୍ଭେମାନେ ଅଣବିଶ୍ୱାସୀମାନଙ୍କ ପରି କାର୍ଯ୍ୟ କରି ବହୁ ସମୟ ବିତାଇଛ। ତୁମ୍ଭମାନଙ୍କର ଜୀବନ ଅଶକଳୀଳତା, କାମୁକତା, ମଦ୍ୟପାନ, ରଙ୍ଗରସ ମତ୍ତତା ଓ ଘୃଣା ପ୍ରତିମା ପୂଜାରେ କଟି ଯାଇଛି।

4 ତୁମ୍ଭେମାନେ ବର୍ତ୍ତମାନ ସେହି ପ୍ରକାର ଉତ୍ସୃଙ୍ଖଳ କର୍ଯ୍ୟକଳାପରେ ସେମାନଙ୍କ ସହିତ ଯୋଗ ନ ଦେବାରୁ ସେମାନେ ଆଶ୍ଚର୍ଯ୍ୟ ହୋଇ ତୁମ୍ଭମାନଙ୍କୁ ଅପମାନିତ କରୁଛନ୍ତି।

5 କିନ୍ତୁ ଯେଉଁ ଈଶ୍ୱର ଜୀବିତ ସ ମୃତମାନଙ୍କର ବିଚାର କରିବାକୁ ଉଦ୍ୟତ, ତାଙ୍କ ନକଟରେ ସେମାନଙ୍କୁ ନିକାଶ ଦେବାକୁ ପଡ଼ିବ।

6 ଏଥିପାଇଁ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରାଯାଇଥିଲା, ଯେପରି ସେମାନେ ମନୁଷ୍ୟମାନଙ୍କ ପରି ଶାରୀରିକଭାବେ ବିଚାରିତ ହୋଇଥିଲେ ସୁଦ୍ଧା, ଈଶ୍ୱରଙ୍କ ଅନୁରୂପ ଆତ୍ମାରେ ସଜୀବ ହେବେ।


ଈଶ୍ୱରଙ୍କ ଦାନର ଯୋଗ୍ୟ ବେବର୍ତ୍ତ

7 ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।

8 ସର୍ବୋପରି ପରସ୍ପରକୁ ଆନ୍ତରିକ ଭାବରେ ପ୍ରେମ କର, କାରଣ ପ୍ରେମ ଅନେକ ପାପ ଆଚ୍ଛାଦନ କରେ।

9 ଅକୁଣ୍ଠିତ ଚିତ୍ତରେ ପରସ୍ପରର ଆତିଥ୍ୟ କର। ଈଶ୍ୱର ତୁମ ପ୍ରତ୍ୟେକଙ୍କୁ ବିଶେଷ ବିଶେଷ ଦାନ ଦେଇଛନ୍ତି।

10 ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।

11 ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ଖ୍ରୀଷ୍ଟୟାନରେ କ୍ଳେଶଭୋଗ

12 ପ୍ରିୟ ବନ୍ଧୁଗଣ, ଯେଉଁ ଅଗ୍ନି ପରୀକ୍ଷାରେ ତୁମ୍ଭେମାନେ କ୍ଳେଶଭୋଗ କରୁଛ , ତାହା ଏକ ଅସାଧାରଣ ଘଟଣା ଭାବି ବିଦ୍ମିତ ହୁଅ ନାହିଁ।

13 ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଳେଶଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ର୍ତୁମ୍ଭମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ।

14 ଖ୍ରୀଷ୍ଟଙ୍କ ଅନୁଗାମୀ ହୋଇଥିବାରୁ ଅପମାନିତ ହେଲେ, ତୁମ୍ଭେମାନେ ପ୍ରକୃତରେ ଧନ୍ୟ, କାରଣ ଈଶ୍ୱରଙ୍କ ଗୌରବମୟ ଆତ୍ମା ତୁମଠାରେ ଅଧିଷ୍ଠାନ କରିଛନ୍ତି।

15 ତୁମ୍ଭମାନଙ୍କ ମଧ୍ୟରୁ କେହି ନରହନ୍ତା, ଦସ୍ୟୁ ବା ଦୁରାଚାରୀ, କିଅବା ଗଣ୍ଡଗୋଳ ସୃଷ୍ଟି କରିବା ହେତୁ ଦୁଃଖଭୋଗ ନ କରୁ।

16 କିନ୍ତୁ ତୁମ୍ଭେମାନେ ଯଦି ଖ୍ରୀଷ୍ଟବିଶ୍ୱାସୀ ହେବାରୁ ଦୁଃଖଭୋଗ କରୁଛୁ, ତେବେ ଲଜ୍ଜିତ ହୁଅ ନାିଁ। ଈଶ୍ୱରଙ୍କୁ ଧନ୍ୟବାଦ ଦିଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ଧାରଣ କରିଛ।

17 ବିଚାର କାଳ ଆସନ୍ନ ଏବଂ ଈଶ୍ୱରଙ୍କ ଲୋକମାନେ ପ୍ରଥମେ ବିଚାରିତ ହେବେ। ଯଦି ଆମଠାରୁ ତାହା ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ଶେଷ ଦଶା କ’ଣ ନ ହେବ?

18 ଧର୍ମଶାସ୍ତ୍ରରେ ଲେଖାଅଛି: “ଯଦି ଧାର୍ମିକମାନଙ୍କ ପରିତ୍ରାଣ ପାଇବା ଏତେ କଷ୍ଟକର, ତେବେ ଅଧାର୍ମିକ ଓ ପାପୀମାନଙ୍କ ଦଶା କ’ଣ ନ ହେବ?”

19 ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଦୁଃଭୋଗ କରନ୍ତି, ସେମାନେ ସତ୍କର୍ମ କରି ତାଙ୍କଠାରେ ପୂର୍ଣ୍ଣ ମାତ୍ରାରେ ଭରସା ରଖନ୍ତୁ। ସେମାନଙ୍କ ସ୍ରଷ୍ଟା ଈଶ୍ୱର ସର୍ବଦା ତାଭ୍କ ପ୍ରତିଜ୍ଞା ରକ୍ଷା କରନ୍ତି।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan