Biblia Todo Logo
Bìoball air-loidhne

- Sanasan -

୧ ଯୋହନ 1 - ପବିତ୍ର ବାଇବଲ (CL) NT (BSI)


ଜୀବନଦୟୀ ବାକ୍ୟ

1 ଅନଦି କାଳରୁ ଯାହାଙ୍କର ଦ୍ଥିତି ରହିଛି, ସେହି ଜୀବନପ୍ରଦାୟକ ବାକ୍ୟ ବିଷୟରେ ଆମେ ଦେଖିବାକୁ ଯାଉଛୁ। ତାଙ୍କ କଥା ଆମେ ଶୁଥିଛୁ, ତାଙ୍କୁ ଆମେ ଦେଖିଛୁ- ବାସ୍ତବିକ, ସ୍ୱଚକ୍ଷୁରେ ଦେଖିଛୁ- ତାଙ୍କ ସ୍ୱର୍ଶ କରିଛୁ।

2 ଜୀବନପ୍ରଦାୟୀ ସେହି ବାକ୍ୟ ଯେତେବେଳେ ଦୃଶ୍ୟମାନ ହେଲେ, ଆମେ ତାହାଙ୍କୁ ଦେଖିଲୁ; ତେଣୁ ତାଙ୍କ ବିଷୟରେ ଆମେ ଏହି କଥା ସାକ୍ଷ୍ୟ ଦେଇ ଘୋଷଣା କରୁଛୁ ଯେ, ଅନନ୍ତଜୀବନ ରୂପେ ସେ ପିତା ଈଶ୍ୱରଙତ୍ ସହିତ ସଦା ବିଦ୍ୟମାନ ଥିଲେ- ଏବଂ ସେ ଆମେ ନିକଟରେ ପ୍ରକାଶିତ ହୋଇଇଛନ୍ତି।

3 ଯାହା ଆମେ ବାସ୍ତବରେ ଦେଖଛୁ ଓ ଶୁଣିଛୁ, କେବଳ ସେହି କଥା ତୁମ୍ଭମାନଙ୍କ ନିକଟରେ ଘୋଷଣା କରି କହୁଛୁ। ଏହି ଶୁଣି ପିତା ଈଶ୍ୱର ସ ତାଙ୍କ ପୁତ୍ର ଯୀଶୁ ଖ୍ର୍ରୀଷ୍ଟଙ୍କ ସହିତ ଆମର ଯେଉଁ ସାହାଚର୍ଯ୍ୟ ଅଛି, ସେଥିରେ ତୁମ୍ଭେମାନେ ଭାଗୀ ହେବ

4 ଓ ତୁମବ ହୃଦୟ ଆନ୍ଦରେ ପରିପୂର୍ଣ୍ଣ ହେବ ବୋଲି ଆଶା।


ଈଶ୍ୱର ଆଲୋକ

5 ଈଶ୍ୱରଙ୍କ ପୁତ୍ର ଯୀଶୁଠାରୁ ଆମେ ଯେଉଁବାର୍ତ୍ତା ଶୁଣି ଘୋଷଣା କରୁଛୁ, ତାହା ହେଉଛି: ଈଶ୍ୱର ଆଲୋକ- ତାଙ୍କଠାରେ ବିନ୍ଦୁ ମାତ୍ର ଅନ୍ଧକାର ନାହିଁ।

6 ସୁତରାଂ ଆମେ ତାଙ୍କର ସ।।ହାଚର୍ଯ୍ୟ ଅନୁଭବ କରୁଛୁ ବୋଲି କହି, ଯଦି ଅନ୍ଧକାରରେ ବାସ କରୁ, କଥାରେ ଓ କାର୍ଯ୍ୟରେ ଆମେ ମିଥ୍ୟାବାଦୀ ହେବା।

7 କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।

8 ଆମେ ଯଦି ନିଜକୁ ନିଷ୍ପାପ ବୋଲି ମନେ କରୁ, ତେବେ ଆତ୍ମପ୍ରତାରଣା କରୁଛୁ- ଆମଠାରେ ତିଳେ ହେଲେ ସତ୍ୟତା ନାହିଁ।

9 କିନ୍ତୁ ଈଶ୍ୱରଙ୍କ ନିକଟରେ ଯଦି ଆମର ପାପ ସ୍ୱୀକାରୀ କରୁ, ଈଶ୍ୱର ତାଙ୍କ ପତିଜ୍ଞାନୁଯାୟୀ ଆମ ପ୍ରତି ନ୍ୟାୟୋଚିତ ବ୍ୟବହାର କରିବେ- ସେ ଆମ ପାପ କ୍ଷମା କରି ସମସ୍ତ ଅଧାର୍ମିକତାରୁ ଆମକୁ ପରିଷ୍କାର କରିବେ।

10 ଆମେ ପାପ କରି ନୈୁଁ ବୋଲି ଯଦି କହୁ, ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛୁ- ତାଙ୍କର ବାକ୍ୟ ଆମ ହୃଦୟରେ ସ୍ଥାନ ପାଇ ନାହିଁ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan