ଗୀତସଂହିତା 150 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTପରମେଶ୍ୱରଙ୍କ ସ୍ତୁତିଗାନ 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ୱରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାହାଙ୍କର ପ୍ରଶଂସା କର; 2 ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର। ତାହାଙ୍କ ଶ୍ରେଷ୍ଠ ମହତ୍ତ୍ୱାନୁସାରେ ତାହାଙ୍କର ପ୍ରଶଂସା କର। 3 ତୂରୀଧ୍ୱନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର। 4 ଦାରାବାଦ୍ୟ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର। ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର। 5 ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର; 6 ନିଃଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.