ଗୀତସଂହିତା 129 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ। ଆରୋହଣ ଗୀତ। 1 “ମୋʼ ଯୌବନଠାରୁ ମୋʼ ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି, ଇସ୍ରାଏଲ ଏବେ କୁହନ୍ତୁ; 2 ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି; ତଥାପି ସେମାନେ ମୋʼ ଉପରେ ଜୟୀ ହୋଇ ନାହାନ୍ତି। 3 କୃଷକମାନେ ମୋʼ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ବ ଲମ୍ବ ଶିଆର କଲେ।” 4 ସଦାପ୍ରଭୁ ଧର୍ମମୟ; ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି। 5 ସିୟୋନକୁ ଘୃଣା କରିବା ଲୋକ ସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ। 6 ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ; 7 ଯଦ୍ଦ୍ୱାରା କଟାଳି ଆପଣା ହସ୍ତ, ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ। 8 “କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ, ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,” ଏହା ପଥିକମାନେ କହନ୍ତି ନାହିଁ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.