ଫିଲିପୀୟ 4:3 - ପବିତ୍ର ବାଇବଲ3 ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେନ୍ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ”ରେ ଲେଖାଅଛି। See the chapterପବିତ୍ର ବାଇବଲ (Re-edited) - (BSI)3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି। See the chapterଓଡିଆ ବାଇବେଲ3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି । See the chapterପବିତ୍ର ବାଇବଲ (CL) NT (BSI)3 ହେ ମୋର ବିଶ୍ୱସ୍ତ ଅଂଶୀଦାର! ତୁମକୁ ମଧ୍ୟ ମୋର ନିବେଦନ, ଏହି ଭଉଣୀମାନଙ୍କୁ ସାହାଯ୍ୟ କର, କାରଣ ଏମାନେ କ୍ଲେମେଣ୍ଟ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସହିତ ସୁସମାଚାର ପ୍ରଚାର କାର୍ଯ୍ୟରେ କଠିନ ପରିଶ୍ରମ କରି ମୋତେ ସାହାଯ୍ୟ କରିଛନ୍ତି। ଏମାନଙ୍କର ନାମ ଈଶ୍ୱରଙ୍କ “ଜୀବନ ପୁସ୍ତକରେ” ଲେଖାଅଛି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି। See the chapter |
“ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ।
ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ।