Biblia Todo Logo
Online Bible

- Advertisements -




ଫିଲିପୀୟ 2:5 - ପବିତ୍ର ବାଇବଲ

5 ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;

See the chapter Copy

ଓଡିଆ ବାଇବେଲ

5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;

See the chapter Copy

ପବିତ୍ର ବାଇବଲ (CL) NT (BSI)

5 ଖ୍ରୀଷ୍ଟ ଯୀଶୁଙ୍କର ମନୋଭାବ ଯେପରି ଥିଲା, ତୁମ୍ଭମାନଙ୍କର ସେପରି ହେଉ:

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;

See the chapter Copy




ଫିଲିପୀୟ 2:5
16 Cross References  

ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ'ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ।


ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି।


ତୁମ୍ଭେମାନେ ନାଜରିତୀୟ ଯୀଶୁଙ୍କ ବିଷୟରେ ମଧ୍ୟ ଜାଣିଛ। ପରମେଶ୍ୱର ତାହାଙ୍କୁ ପବିତ୍ରଆତ୍ମା ଓ ଶକ୍ତିରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ୟାଗ୍ଭର ଅଧୀନରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ।


ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’”


ତାହାକୁ ସେ ଗ୍ରହଣ କରିବା ଅନୁଚିତ୍। ତୁମ୍ଭ ଖାଦ୍ୟ ଦ୍ୱାରା ତୁମ୍ଭେ ଯଦି ତୁମ୍ଭର ଭାଇର ବିଶ୍ୱାସକୁ ଆଘାତ ଦେଉଛ, ତା'ହେଲେ ତୁମ୍ଭେ ପ୍ରକୃତରେ ପ୍ରେମ ଦ୍ୱାରା ପରିଗ୍ଭଳିତ ବ୍ୟକ୍ତି ଭଳି ବ୍ୟବହାର କରୁ ନାହଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା'ର ବିଶ୍ୱାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ୟ ପ୍ରାଣତ୍ୟାଗ କରିଥିଲେ।


ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: “ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।”


ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ।


ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।


ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।


ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର।


ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍।


ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି।


ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।


Follow us:

Advertisements


Advertisements