Biblia Todo Logo
Online Bible

- Advertisements -




ଫିଲିପୀୟ 2:10 - ପବିତ୍ର ବାଇବଲ

10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

10 ଯେପରି ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ,

See the chapter Copy

ଓଡିଆ ବାଇବେଲ

10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,

See the chapter Copy

ପବିତ୍ର ବାଇବଲ (CL) NT (BSI)

10 ତେଣୁ ଯୀଶୁଙ୍କର ନାମର ସମ୍ମାନାର୍ଥେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସମସ୍ତ ପ୍ରାଣୀ ତାଙ୍କ ସମ୍ମୁଖରେ ଜାନୁପାତ କରିବେ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,

See the chapter Copy




ଫିଲିପୀୟ 2:10
17 Cross References  

ଫାରୋ ଯୋଷେଫଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, “ଯୋଷେଫଙ୍କୁ ପ୍ରଣାମ କର” ବୋଲି କହିଲେ। ତେଣୁ ଯୋଷେଫ ସମଗ୍ର ମିଶରରେ ମୁଖ୍ୟ ଭାବେ ନିଯୁକ୍ତ ହେଲେ।


ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା! ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।


ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ।


ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା'ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।”


ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି।


କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।”


ପରମେଶ୍ୱରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସ୍ୱର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡ଼ିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ୱରୂପ ହେବେ।


ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ।


“ଉଚ୍ଚକୁ ଗଲେ” କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ।


ଓ ଯେତେବେଳେ ପରମେଶ୍ୱର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ୟକୁ ଆଣିବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି: “ପରମେଶ୍ୱରଙ୍କର ସବୁ ସ୍ୱର୍ଗଦୂତ ପୁତ୍ରଙ୍କୁ ପ୍ରଣାମ କରନ୍ତୁ।”


ସମୁଦ୍ର ଭିତରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସେମାନଙ୍କୁ ଦେଇଦେଲା। ମୃତ୍ୟୁ ଓ ପାତାଳ ନିଜ ପାଖରେ ଥିବା ମୃତ ଲୋକମାନଙ୍କୁ ଦେଇଦେଲା, ପ୍ରତ୍ୟେକ ଲୋକକୁ ତା'ର କର୍ମଗୁଡ଼ିକ ଅନୁସାରେ ବିଗ୍ଭର କରାଗଲା।


ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି:


କିନ୍ତୁ ସେହି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ୱର୍ଗ, ମର୍ତ୍ତ୍ୟ ବା ପାତାଳରେ କାହାରି ସାଧ୍ୟ ନ ଥିଲା।


Follow us:

Advertisements


Advertisements