Biblia Todo Logo
Online Bible

- Advertisements -




ଫିଲିପୀୟ 4:11 - ପବିତ୍ର ବାଇବଲ (Re-edited) - (BSI)

11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି।

See the chapter Copy

ଓଡିଆ ବାଇବେଲ

11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି ।

See the chapter Copy

ପବିତ୍ର ବାଇବଲ (CL) NT (BSI)

11 ମୁଁ ନିଜକୁ ଅବହେଳିତ ମନେକରି ଏହି କଥା କହୁ ନାହିଁ, କାରଣ ମୋର ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିକ୍ଷା କରିଛି।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି।

See the chapter Copy

ପବିତ୍ର ବାଇବଲ

11 ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଗ୍ଭହୁଁଛି। କାରଣ ମୋରବର୍ତ୍ତମାନ ଯାହା ଅଛି ଏବଂ ଯାହା ମୋ’ ପାଇଁ ଘଟୁଛି, ସେଥିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି।

See the chapter Copy




ଫିଲିପୀୟ 4:11
13 Cross References  

ଆଉ ଯାକୁବ ମାନତ କରି କହିଲା, ଯେବେ ପରମେଶ୍ଵର ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ,


ଅନନ୍ତର ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା।


ସୈନିକମାନେ ମଧ୍ୟ ତାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ, ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।


ଭଣ୍ତ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ।


ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ଵରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।


କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ଵାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ।


ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥିନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି,


ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟକଲି, ପୁଣି ସେହିସବୁ ଆବର୍ଜ୍ଜନା ସ୍ଵରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରି ପାରେ ଓ ତାହାଙ୍କର ବୋଲି ଜଣାଯାଏ,


କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ।


Follow us:

Advertisements


Advertisements