Biblia Todo Logo
Online Bible

- Advertisements -




ଫିଲିପୀୟ 3:17 - ପବିତ୍ର ବାଇବଲ (Re-edited) - (BSI)

17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।

See the chapter Copy

ଓଡିଆ ବାଇବେଲ

17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର ।

See the chapter Copy

ପବିତ୍ର ବାଇବଲ (CL) NT (BSI)

17 ହେ ଭାଇମାନେ, ମୋତେ ଅନୁକରଣ କର। ଆମେ ରଖିଥିବା ଆଦର୍ଶ ଅନୁଯାୟୀ ଯେଉଁମାନେ ଆଚରଣ କରୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।

See the chapter Copy

ପବିତ୍ର ବାଇବଲ

17 ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର।

See the chapter Copy




ଫିଲିପୀୟ 3:17
15 Cross References  

ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ ନିରୀକ୍ଷଣ କର; କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି।


ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;


ଯିହୁଦୀ ବା ଗ୍ରୀକ୍ ବା ଈଶ୍ଵରଙ୍କ ମଣ୍ତଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ,


ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।


ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ।


ତୁମ୍ଭେମାନେ ଯେସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ଵର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।


ପୁଣି, ତୁମ୍ଭେମାନେ ବହୁ କ୍ଳେଶଭୋଗ ମଧ୍ୟରେ ପବିତ୍ର ଆତ୍ମାଙ୍କ ଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,


ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ଵନ୍ଧ ରଖ ନାହିଁ;


କାରଣ କିପରି ଆମ୍ଭମାନଙ୍କୁ ଅନୁକରଣ କରିବା ତୁମ୍ଭମାନଙ୍କର ଉଚିତ୍ ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟ ପରାୟଣ ଆଚରଣ କରି ନ ଥିଲୁ,


ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁକରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶ ରୂପେ ଦେଖାଇବା ପାଇଁ ସେପରି କଲୁ।


ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଆଦର୍ଶ ସ୍ଵରୂପ ହୁଅ।


ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ଵାସର ଅନୁକାରୀ ହୁଅ।


ପୁଣି ଯେଉଁମାନଙ୍କର ଦାୟିତ୍ଵଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ଵରୂପ ହୋଇ ତାହା କର।


Follow us:

Advertisements


Advertisements