Biblia Todo Logo
Online Bible

- Advertisements -




ଫିଲିପୀୟ 2:17 - ପବିତ୍ର ବାଇବଲ (Re-edited) - (BSI)

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ଵାସ ସମ୍ଵନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,,

See the chapter Copy

ଓଡିଆ ବାଇବେଲ

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,

See the chapter Copy

ପବିତ୍ର ବାଇବଲ (CL) NT (BSI)

17 ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ।

See the chapter Copy

ପବିତ୍ର ବାଇବଲ

17 ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି।

See the chapter Copy




ଫିଲିପୀୟ 2:17
21 Cross References  

ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା।


ପୁଣି ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନ୍ର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।


କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ଵରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କଠାରୁ ପାଇଅଛିଦ ତାହା ସଂପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି।


ସେଥିରେ ପାଉଲ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କʼଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।


ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ଵରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।


କାରଣ ବିଜାତିମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ଵରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ଵରଙ୍କ ସୁସମାଚାରର ଯାଜକତ୍ଵ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।


ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?


ଏହିପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି।


ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ଵରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।


ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ଵାସ ଅଛି, ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟ; ଦର୍ପ; ମୁଁ ସାନ୍ତ୍ଵନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।


ଏ ସମ୍ଵନ୍ଧରେ ମୋହର ଏକା; ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ଵିତ କରିବି।


ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।


କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।


ମୁଁ ସବୁ ପାଇଅଛି, ପୁଣି ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ଵରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳି ସ୍ଵରୂପ।


ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ତଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;


ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ଥିବାରୁ ଆମ୍ଭେମାନେ ସେହି ପ୍ରକାରେ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ଆପଣା ପ୍ରାଣ ମଧ୍ୟ ଦେବାକୁ ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କର ପ୍ରିୟପାତ୍ର ହୋଇଥିଲ।


କାରଣ ଏବେ ହେଁ ମୋʼର ପ୍ରାଣ ଆହୁତି ପରି ଢଳାଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ।


ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ଵରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହରୂପରେ ନିର୍ମିତ ହୁଅ।


ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ଵାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।


Follow us:

Advertisements


Advertisements