Biblia Todo Logo
Online Bible

- Advertisements -




ଫିଲିପୀୟ 1:16 - ପବିତ୍ର ବାଇବଲ (Re-edited) - (BSI)

16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,

See the chapter Copy

ଓଡିଆ ବାଇବେଲ

16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,

See the chapter Copy

ପବିତ୍ର ବାଇବଲ (CL) NT (BSI)

16 ଏମାନେ ମୋ’ ପ୍ରତି ପ୍ରେମ ଯୋଗୁଁ ତାହା କରନ୍ତି। କାରଣ ସେମାନେ ଜାଣନ୍ତି ଯେ, ଈଶ୍ୱର ମୋତେ ସୁସମାଚାରର ସୁରକ୍ଷା ଦାୟତ୍ୱ ଦେଇଛନ୍ତି।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,

See the chapter Copy

ପବିତ୍ର ବାଇବଲ

16 ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି।

See the chapter Copy




ଫିଲିପୀୟ 1:16
13 Cross References  

ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ଯେବେ ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ତ ହଲାଇ ପାରନ୍ତି।


କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।


କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିକି ତାଡ଼ନା କରନ୍ତି ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି।


କାରଣ ଯଦି ମୁଁ ସ୍ଵେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ଵେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼଠାରେ ସମର୍ପିତ ହୋଇଅଛି।


ସେହି ଅନେକ ଲୋକ ଯେପରି ଈଶ୍ଵରଙ୍କ ବାକ୍ୟ ବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ଵରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ।


ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରି ପାର, ପୁଣି ଈଶ୍ଵରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଧାର୍ମିକତାର ଯେଉଁ ଫଳ,


ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;


ତୁମ୍ଭସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି;


ଆଉ ତୁମ୍ଭସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।


ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ।


ହେ ଫିଲିପ୍‍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ତଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ।


ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି।


Follow us:

Advertisements


Advertisements