Biblia Todo Logo
Online Bible

- Advertisements -




ଫିଲିପୀୟ 4:9 - ପବିତ୍ର ବାଇବଲ (CL) NT (BSI)

9 ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭେମାନେ ଯେସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ଵର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।

See the chapter Copy

ଓଡିଆ ବାଇବେଲ

9 ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋ'ଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋ'ଠାରେ ଦେଖିଅଛ, ସେହି ସବୁ କର; ସେଥିରେ ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼ ଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ବର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।

See the chapter Copy

ପବିତ୍ର ବାଇବଲ

9 ମୋ'ଠାରୁ ଯାହାସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମୋତେ ଯାହାସବୁ କରିଥିବା ଦେଖିଛ, ସେଗୁଡ଼ିକୁ କର। ଶାନ୍ତିଦାତା ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।

See the chapter Copy




ଫିଲିପୀୟ 4:9
36 Cross References  

ସେହି ଭବିଷ୍ୟବାଣୀ ହେଉଛି, “ଜଣେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ସେହି ପୁତ୍ର ‘ଇମ୍ମାନୁୟେଲ’ ନାମରେ ଅଭିହିତ ହେବେ। ଇମ୍ମାନୁୟେଲ ଅର୍ଥ ଈଶ୍ୱର ଆମ୍ଭମାନଙ୍କର ସହିତ ଅଛନ୍ତି”।


ଏବଂ ମୁଁ ଯେଉଁସବୁ ଆଜ୍ଞା ଦେଇଛି, ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ପୁଣି ମନେରଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ଚିରକାଳ ତୁମ୍ଭମାନଙ୍କ ସଙ୍ଗରେ ରହିବି।”


ଯେଉଁମାନେ ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ସେମାନେ ସମସ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁମାନେ ପିତା ଈଶ୍ୱରଙ୍କର ଇଚ୍ଛାଅନୁଯାୟୀ କାମ କରନ୍ତି, କେବଳ ସେହିମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ।


“ତୁମ୍ଭେମାନେ କାହିଁକି ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି ସମ୍ବୋଧନ କର, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଯାହା କହେ, ତାହା ପାଳନ କରି ନ ଥାଅ?


ଯୀଶୁ ସମସ୍ତଙ୍କୁ ଚାହିଁ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋର ମା’ ଓ ଭାଇମାନେ।”


ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।


ଯଦି ମୋର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ।


ଯୀଶୁଙ୍କ ମା’ ପରିଚାରକମାନଙ୍କୁ କହିଲେ, “ସେ ଯାହା କହିବେ, ତାହା କର।”


ଉଠ, ସହରକୁ ଯାଅ, କ’ଣ କରିବାକୁ ହେବ, ସେଠାରେ ତୁମ୍ଭକୁ ଜଣାଇ ଦିଆଯିବ।”


ସମସ୍ତ ଶାନ୍ତିର ଆଧାର ଈଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମେନ୍।


ତା’ ହେଲେ, ଶାନ୍ତିର ଆଧାର ଈଶ୍ୱର ଶୀଘ୍ର ଶୟତାନକୁ ତୁମ୍ଭମାନଙ୍କର ପଦଦଳିତ କରିବେ। ପ୍ରଭୁଙ୍କ ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ।


ତୁମେ ଖିଆପିଆ କିମ୍ବା ଯାହା କିଛି କର, ତାହା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ କର।


କାରଣ ଈଶ୍ୱର ବିଶୃଙ୍ଖଳତାର ସ୍ରଷ୍ଟା ନୁହନ୍ତି - ସେ ଶାନ୍ତିପ୍ରିୟ ଈଶ୍ୱର। ଈଶ୍ୱରଙ୍କ ଅନ୍ୟାନ୍ୟ ଉପାସକ ମଣ୍ଡଳୀରେ ଯେପରି,


ସୁତରାଂ ମୋର ଆଦର୍ଶ ଅନୁସରଣ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି।


ଭାଇମାନେ, ମୋର ଶେଷ କଥା ଏହି- ନିଜ ନିଜକୁ ସଂଶୋଧନ କର, ମୋର ପରାମର୍ଶ ଗ୍ରହଣ କର, ସମସ୍ତେ ଏକମତ ହୁଅ ଓ ଶାନ୍ତିରେ ବାସ କର। ପ୍ରେମ ଓ ଶାନ୍ତିରେ ଈଶ୍ୱର ତୁମ୍ଭମାନଙ୍କ ସହିତ ରହନ୍ତୁ।


ହେ ଭାଇମାନେ, ମୋତେ ଅନୁକରଣ କର। ଆମେ ରଖିଥିବା ଆଦର୍ଶ ଅନୁଯାୟୀ ଯେଉଁମାନେ ଆଚରଣ କରୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର।


ତା’ହେଲେ ମନୁଷ୍ୟର ବୋଧଅଗମ୍ୟ ଈଶ୍ୱରଙ୍କର ଶାନ୍ତି ଖ୍ରୀଷ୍ଟ ଯୀଶୁଙ୍କ ସାହଚର୍ଯ୍ୟରେ ତୁମ ହୃଦୟ ଓ ମନକୁ ସୁରକ୍ଷା କରିବ।


ତୁମ୍ଭେମାନେ ଆମକୁ ଓ ଆମ ପ୍ରଭୁଙ୍କୁ ଅନୁସରଣ କରିଥିଲ ଏବଂ ବହୁ କ୍ଲେଶ ଭୋଗିବା ସତ୍ତେ୍ୱ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଆନନ୍ଦ ସହିତ ସେହି ସୁସମାଚାର ଗ୍ରହଣ କରିଥିଲ।


ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ତୁମ୍ଭମାନଙ୍କ ଉପରେ ଆସ୍ଥା ରଖିବାକୁ ପ୍ରଭୁ ଆମ୍ଭମାନଙ୍କୁ ଭରସା ଦେଇଛନ୍ତି ଓ ଆମେ ଯାହା କହୁଛୁ, ତାହା ତୁମ୍ଭେମାନେ ଯେ କରୁଛ ଓ କରୁଥିବ, ଏ ବିଷୟରେ ଆମ୍ଭେମାନେ ନିଶ୍ଚିତ।


ପ୍ରଭୁ ତୁମ ଅନ୍ତରରେ ବାସ କରନ୍ତୁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ସହିତ ରହୁ।


ତୁମ୍ଭେମାନେ ନିଜ ନିଜକୁ ପ୍ରାତାରଣା କର ନାହିଁ। ତାଙ୍କ ବାକ୍ୟ କେବଳ ଶୁଣିଲେ ଯଥେଷ୍ଟ ହୁଏ ନାହିଁ। ତାହାକୁ କାର୍ଯ୍ୟରେ ରୂପାୟିତ କର।


ଅତିଏବ, ହେ ଭାଇମାନେ, ଈଶ୍ୱର ଯେ ତମ୍କୁ ମନୋନୀତ କରି ଆହ୍ୱାନ କରିଛନ୍ତି; ଏହି ଅନୁଭୂତିକୁ ଚିରସ୍ଥାୟୀ କରିବା ପାଇଁ ଅଧିକ ଯତ୍ନଶୀଳ ହୁଅ। ଏହିପରି କଲେ, ତୁମ୍ଭେମାନେ କେବେ ତୁମ ବିଶ୍ୱାସରୁ ବିଚ୍ୟୁତ ହେବ ନାହିଁ।


ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।


Follow us:

Advertisements


Advertisements