Biblia Todo Logo
Online Bible

- Advertisements -




ଫିଲିପୀୟ 4:7 - ପବିତ୍ର ବାଇବଲ (CL) NT (BSI)

7 ତା’ହେଲେ ମନୁଷ୍ୟର ବୋଧଅଗମ୍ୟ ଈଶ୍ୱରଙ୍କର ଶାନ୍ତି ଖ୍ରୀଷ୍ଟ ଯୀଶୁଙ୍କ ସାହଚର୍ଯ୍ୟରେ ତୁମ ହୃଦୟ ଓ ମନକୁ ସୁରକ୍ଷା କରିବ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ଵରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ।

See the chapter Copy

ଓଡିଆ ବାଇବେଲ

7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ।

See the chapter Copy

ପବିତ୍ର ବାଇବଲ

7 ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।

See the chapter Copy




ଫିଲିପୀୟ 4:7
43 Cross References  

ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”


“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”


“ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ି ଯାଉଛି। - ତାହା ହେଉଛି, ଶାନ୍ତି। ମୋ’ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରି ଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ। ଭୟବିହ୍ୱଳ ହୁଅ ନାହିଁ।


ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ।


ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।


ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।


ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।


ଈଶ୍ୱରଙ୍କ ଜ୍ଞାନର ପ୍ରତିରୋଧ କରୁଥିବା ସମସ୍ତ ପ୍ରତିବନ୍ଧକକୁ ଆମେ ଉତ୍ପାଟିତ କରୁ ଏବଂ ମନୁଷୃର ପ୍ରତ୍ୟକ ଚିନ୍ତା ଆୟର କରି ଖ୍ରୀଷ୍ଟଙ୍କ ବଶୀଭୂତ କରୁ।


ଭାଇମାନେ, ମୋର ଶେଷ କଥା ଏହି- ନିଜ ନିଜକୁ ସଂଶୋଧନ କର, ମୋର ପରାମର୍ଶ ଗ୍ରହଣ କର, ସମସ୍ତେ ଏକମତ ହୁଅ ଓ ଶାନ୍ତିରେ ବାସ କର। ପ୍ରେମ ଓ ଶାନ୍ତିରେ ଈଶ୍ୱର ତୁମ୍ଭମାନଙ୍କ ସହିତ ରହନ୍ତୁ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ହଁ, ତୁମ୍ଭେମାନେ ତାଙ୍କ ପ୍ରେମର ପରିସର ଜାଣି ପାରିବ, ଯଦ୍ୟପି ଏହା କେବେହେଁ ପୂର୍ଣ୍ଣମାତ୍ରାରେ ଜାଣି ହୁଏନା। ଏହି ପ୍ରକାରେ ତୁମ୍ଭେମାନେ ଈଶ୍ୱରଙ୍କ ସ୍ୱଭାବର ପରିପୂର୍ଣ୍ଣତା ଉପଲବ୍ôଧ କରିପାରିବ।


ଫିଲିପୀ ମଣ୍ଡଳୀର ବିଶପ୍‌ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-


ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ଖ୍ରୀଷ୍ଟଙ୍କ ଦ୍ୱାରା ମୋ’ ଈଶ୍ୱର ତାଙ୍କର ପ୍ରଚୁର ଐଶ୍ୱର୍ଯ୍ୟରେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକତା ଯୋଗାଇ ଦେବେ।


ଖ୍ରୀଷ୍ଟ ଯୀଶୁଙ୍କ ନାମରେ ସେଠାରେ ଥିବା ସମସ୍ତ ସାଧୁଙ୍କୁ ଅଭିବାଦନ ଜଣାଉଛି। ମୋ’ ସଙ୍ଗରେ ଥିବା ଏ ସ୍ଥାନର ଭାଇମାନେ ତୁମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।


ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।


ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।


ଯେଉଁ ପ୍ରଭୁ ଆମ୍ଭମାନଙ୍କ ଶାନ୍ତିର ଉତ୍ସ, ସେ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ପ୍ରଦାନ କରନ୍ତୁ।


ଯେ ନିଜର ପ୍ରାଣବଳି ଦ୍ୱାରା ମେମଷମାନଙ୍କର ‘ପ୍ରଧାନ ମେଷପାଳକ’ ହୋଇଛନ୍ତି, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁଙ୍କୁ ଈଶ୍ୱର ମୃତ୍ୟରୁ ପୁନରୂତ୍ଥିତ କରିଛନ୍ତି। ସେହି ଯୀଶୁଙ୍କୁ ପ୍ରାଣବଳିର ରକ୍ତରେ ଏକ ଚିରସଥାୟୀ ଚୁକ୍ତି ମୁଦ୍ରାଙ୍କିତ ହୋଇଛି। ଶାନ୍ତିଦାତା ଈଶ୍ୱର ତାଙ୍କର ଇଚ୍ଛା ପାଳନ କରିବା ପାଇଁ ତୁମମାନଙ୍କର ପ୍ରୟୋଜନ ଅନୁସାରେ ସମସ୍ତ ଉତ୍ତମ ବିଷୟ ଦାନ କରନ୍ତୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ ତାଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରନ୍ତୁ। ଯୁଗେ ଯୁଗେ ଖ୍ରୀଷ୍ଟଙ୍କର ମହିମା ହୋଉ। ଆମେନ୍।


ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


“ଯେଉଁମାନଙ୍କର ଶୁଣିବା ପାଇଁ କାନ ଅଛି, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଅଛନ୍ତି, ତାହା ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଗଚ୍ଛିତ ରଖାଯାଇଥିବା ମାନ୍ନାରୁ କିଛି ଦେବି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନୂତନ ନାମ ଲେଖା ହୋଇଥିବା ଗୋଟିଏ ଶ୍ୱେତ ପ୍ରସ୍ତର ପ୍ରଦାନ କରିବି। ସେହି ନୂତନ ନାମ କଅଣ, ପ୍ରସ୍ତର ଗ୍ରହଣକାରୀ ବ୍ୟତୀତ ଅନ୍ୟ କେହି ତାହା ଜାଣି ପାରିବେ ନାହିଁ।


Follow us:

Advertisements


Advertisements