Biblia Todo Logo
Online Bible

- Advertisements -




ଫିଲିପୀୟ 4:12 - ପବିତ୍ର ବାଇବଲ (CL) NT (BSI)

12 ଅଭାବ ହେଉ, ପ୍ରାଚୁର୍ଯ୍ୟ ହେଉ, କିପରି ତା’ର ସମ୍ମୁଖୀନ ହେବାକୁ ହୁଏ, ତାହା ମୁଁ ଜାଣିଛି। ତେଣୁ ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତିରେ, କ୍ଷୁଧାର୍ତ୍ତ ଥିବା ବେଳେ ଯେପରି, ପରିତୃପ୍ତ ହେବା ପରେ ମଧ୍ୟ ସେହିପରି, ଅଭାବଗ୍ରସ୍ତ ହେବା ସମୟରେ, ପୁଣି ପ୍ରାଚୁର୍ଯ୍ୟ ମଧ୍ୟରେ ମୁଁ ସଦା ସନ୍ତୁଷ୍ଟ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବବିଧ ଅବସ୍ଥାରେ ଓ ସର୍ବ-ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି।

See the chapter Copy

ଓଡିଆ ବାଇବେଲ

12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ- ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି।

See the chapter Copy

ପବିତ୍ର ବାଇବଲ

12 ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତାରେ କିପରି ରହିବାକୁ ହୁଏ, ତାହା ମଧ୍ୟ ମୁଁ ଜାଣେ। ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ଘଟଣାରେ ଆନନ୍ଦିତ ହେବାର ରହସ୍ୟ ମୁଁ ଜାଣେ। ଯେତେବେଳେ ମୋର ଖାଇବା ପାଇଁ ଯଥେଷ୍ଟ ଥାଏ କିଅବା ଯେତେବେଳେ ଯଥେଷ୍ଟ ନ ଥାଏ, ଯେତେବେଳେ ମୋର ପ୍ରଚୁର ଥାଏ ବା ଯେତେବେଳେ ମୋର ଅଭାବ ଥାଏ, ସେତେବେଳେ କିପରି ଆନନ୍ଦିତ ହୋଇପାରିବି, ତାହା ମୁଁ ଜାଣେ।

See the chapter Copy




ଫିଲିପୀୟ 4:12
15 Cross References  

ମୋର ଜୁଆଳି ବହନ କରି ମୋ’ଠାରୁ ଶିକ୍ଷଶ କର। କାରଣ ମୁଁ ନିଜେ ନମ୍ର ଓ କୋମଳମନା ହୋଇଥିବାରୁ ତୁମେ ମୋ’ ପାଖରେ ବିଶ୍ରାମ ପାଇବ।


ଯୀଶୁ ସେମାନଙ୍କୁ କହିଲେ, “ଯେପରି ଜଣେ ଗୃହସ୍ଥ ତା’ର ଭଣ୍ଡାର ଘରୁ ଆବଶ୍ୟକ ଅନୁସରେ ନୂତନ ଓ ପୁରାତନ ଦ୍ରବ୍ୟ ବାହାର କରେ, ସ୍ୱର୍ଗରାଜ୍ୟ ପାଇଁ ତାଲିମ ପାଇଥିବା ଜଣେ ଧର୍ମଗୁରୁ ଠିକ୍ ସେହିପରେ କରେ।”


ମୁଁ ପାଉଲ- ତୁମ୍ଭମାନଙ୍କୁ ମୋର ଏହି ବ୍ୟକ୍ତିଗତ ନିବେଦନ- କେହି କେହି କହନ୍ତି, “ମୁଁ ତୁମ୍ଭମାନଙ୍କ ନିକଟରେ ଥଲାବେଳେ ଅତି ନମ୍ର ଓ ଶାନ୍ତି, କିନ୍ତୁ ଦୂରକୁ ଚାଲିଗଲେ ଅତି କଠୋର।” ଖ୍ରୀଷ୍ଟଙ୍କ ନମ୍ରତା ଓ ସୌଜନ୍ୟର ଦୁହାଇ ଦେଇ ମୁଁ ତୁମ୍ଭମାନଙ୍କୁ ଅନୁନୟ କରି କହୁଛି,


କେହି କେହି କହନ୍ତି, “ପାଉଲଙ୍କ ଚିଠିଗୁଡ଼ିକ ବଡ଼ କଟଉ ଓ ତୀବ୍ର କିନ୍ତୁ ଆମ ସଙ୍ଗେ ଥିଲାବେଳେ ସେ ଦୁର୍ବଳ ଦେଖାଯାନ୍ତି ଓ ତାଙ୍କର କଥା ମୂଲ୍ୟହୀନ ମନେହୁଏ।


ଅତ୍ୟଧିକ ପରିଶ୍ରମ କରିଛି ଓ ଦୁଃଖକଷ୍ଟ ଭୋଗ କରିଛି, ଅନଦ୍ରା ଓ କ୍ଷୁଧା ତୃଷାରେ ଅନେକ ଦିନ କଟାଇଛି, ଉପଯୁକ୍ତ ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନର ଅଭାବରେ ଅନେକ କଷ୍ଟ ସହିଛି।


ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲାବେଳେ ମୁଁ ତୁମ୍ଭମାନଙ୍କଠାରୁ ଏହାର ମୂଲ୍ୟ ଦାବୀ କରି ନାହିଁ। ତୁମ୍ଭମାନଙ୍କର ଉନ୍ନତି ପାଇଁ ମୁଁ ନିଜକୁ ଅବନତ କରିଛି। ଏହା କ’ଣ ମୋର ଭୁଲ?


ତୁମ୍ଭମାନଙ୍କ ସହିତ ଥିଲାବେଳେ ମୋର ଅଭାବ ପୂରଣ ପାଇଁ ମୁଁ କାହାକୁ ଭାରଗ୍ରସ୍ତ କରି ନାହିଁ। କାରଣ ମାସିଦୋନିଆରୁ ଆସିଥିବା ଭାଇମାନେ ମୋର ସମସ୍ତ ଅଭାବ ମେଣ୍ଟାଇ ଦେଇଥିଲେ। ଅତୀତ ପରି ଭବିଷ୍ୟତରେ ମଧ୍ୟ ମୁଁ କେବେହେଳେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରିବି ନାହିଁ।


Follow us:

Advertisements


Advertisements