Biblia Todo Logo
Online Bible

- Advertisements -




ଫିଲିପୀୟ 4:1 - ପବିତ୍ର ବାଇବଲ (CL) NT (BSI)

1 ପ୍ରିୟ ଭାଇମାନେ, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୁଁ କେଡ଼େ ଉକ୍ରଣ୍ଠିତ। ତୁମ୍ଭମାନଙ୍କୁ ନେଇ ମୋର କେତେ ଆନନ୍ଦ। ତୁମ୍ଭମାନଙ୍କ ପାଇଁ ମୋର କେତେ ଗର୍ବ। ଭାଇମାନେ, ମୋର ଶିକ୍ଷା ଅନୁଯାୟୀ ପ୍ରଭୁଙ୍କଠାରେ ସ୍ଥିର ରହି ଜୀବନ ଯାପନ କର।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ଵରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।

See the chapter Copy

ଓଡିଆ ବାଇବେଲ

1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।

See the chapter Copy

ପବିତ୍ର ବାଇବଲ

1 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମୋର ଆନନ୍ଦ ଓ ମୋର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଗ୍ଭଲିଥାଅ।

See the chapter Copy




ଫିଲିପୀୟ 4:1
35 Cross References  

ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।


ତା’ପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ: “ମୋର ଆଜ୍ଞାବହ ହେଲେ, ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ।


ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।


ସେମାନେ ବିଶ୍ୱାସୀମାନଙ୍କୁ ନିଜ ବିଶ୍ୱାସରେ ଦୃଢ଼ ରହିବା ପାଇଁ ଉତ୍ସାହିତ କଲେ। ସେମାନେ ଶିକ୍ଷା ଦେଇ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମକୁ ବହୁ ଦୁଃଖକଷ୍ଟ ମଧ୍ୟଦେଇ ଗତି କରିବାକୁ ହେବ।”


ସେହିଦିନଠାରୁ ଶିଷ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କଲେ। ପୁଣି ସେମାନେ ଏକତ୍ର ପାନ ଭୋଜନ ଓ ପ୍ରାର୍ଥନା ଉପାସନା କରିବା ଦ୍ୱାରା ପରସ୍ପରର ସାହାଚର୍ଯ୍ୟ ଉପଭୋଗ କଲେ।


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ତୁମ୍ଭେମାନେ ଜାଗି ରୁହ, ବିଶ୍ୱାସରେ ଦୃଢ଼ ହୁଅ, ସାହସୀ ଏବଂ ବଳବାନ ହୁଅ।


ମୁଁ ଆଶା କରୁଛି, ବର୍ତ୍ତମାନ ଯାହା ଆଂଶିକଭାବେ ବୁଝୁଛ, ତାହା ଯଥା ସମୟରେ ପ୍ରଭୁ ଯୀଶୁଙ୍କୁ ପୁନରାଗମନ ଦିନରେ ସମ୍ପୂର୍ଣ୍ଣରୁପେ ବୁଝି ପାରିବ। ତାହାହେଲେ, ତୁମ୍ଭମାନେ ଆମ ପାଇଁ ଗର୍ବ ଅନୁଭବ କରିବ ଓ ଆମେ ମଧ୍ୟ ତୁମ ପାଇଁ ଗର୍ବ କରିବୁ।


ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ତୁମ ସମସ୍ତଙ୍କ ପ୍ରତି ମୋର ଗଭୀର ସେନ୍ନହ ସ୍ୱୟଂ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମୁଁ ପାଇଛି ବୋଲି ଯେତେବେଳେ ମୁଁ କହେ, ଏହା ନିରାଟ ସତ୍ୟ। ଈଶ୍ୱର ଏହାର ସାକ୍ଷୀ ଅଟନ୍ତି।


ଅନ୍ୟମାନଙ୍କ ନିକଟରେ ଜୀବନପ୍ରଦାୟକ ବାର୍ତ୍ତା ପ୍ରଚାର କରିବାବେଳେ ତୁମେ ଆକାଶକୁ ଆଲୋକିତ କରୁଥିବା ତାରାମାନଙ୍କ ପରି ଦୀପ୍ତିମାନ ହେବା ଉଚିତ। ତୁମ୍ଭେମାନେ ଯଦି ଏପରି ହୁଅ, “ଖ୍ରୀଷ୍ଟଙ୍କ ଦିବସରେ” ତୁମ୍ଭମାନଙ୍କ ବିଷୟରେ ମୁଁ ଗର୍ବ କରିପାରିବି, କାରଣ ଏଥିରୁ ପ୍ରମାରିତ ହେବ ଯେ, ମୋର ସମସ୍ତ ଉଦ୍ୟମ ଓ କାର୍ଯ୍ୟ ନିଷ୍ଫଳ ହୋଇ ନାହିଁ।


ସେ ତୁମ ସମସ୍ତଙ୍କୁ ଦେଖିବା ନିମନ୍ତେ ଉତ୍ସୁକ ଓ ତୁମ୍ଭେମାନେ ତାଙ୍କର ଅସୁସ୍ଥତା ସମ୍ବାଦ ଶୁଣିଥିବାରୁ ସେ ଦୁଃଖିତ।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


ତେଣୁ ହେ ଭାଇମାନେ, ଆମ ପ୍ରଚାର ଓ ଆମ ପତ୍ରରେ ଆମେ ତୁମ୍ଭମାନଙ୍କ ନିକଟରେ ଯେଉଁ ସତ୍ୟ ପ୍ରକାଶ କରିଛୁ, ତାହାକୁ ଦୃଢ଼ ଭାବରେ ଧରି ରଖ; ସେଥିରେ ଅବିଚଳିତ ରୁହ।


ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।


ଯେଉଁ ଭରସା ଆମ୍ଭମାନଙ୍କର ଅଛି ବୋଲି ସ୍ୱୀକାର କରୁଛୁ, ସେଥିରେ ଆମେ ଦୃଢ଼ ରହିବା ଉଚିତ, କାରଣ ଆମେ ଈଶ୍ୱରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ରଖିପାରୁ।


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।


କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ଏହିସବୁ ପୂର୍ବରୁ ଗାଣିଛ। ତେଣୁ ସାବଧାନ, ଯେପରି ଉତ୍ସୃଙ୍ଖଳ ବ୍ୟକ୍ତିମାନଙ୍କର ଭ୍ରାନ୍ତ ଶିକ୍ଷାରେ ଚାଳିତ ହୋଇ ତୁମ ଦୃଢ଼ ବିଶ୍ୱାସରୁ ବିଚ୍ୟୁତ ନ ହୁଅ।


Follow us:

Advertisements


Advertisements