Biblia Todo Logo
Online Bible

- Advertisements -




ଫିଲିପୀୟ 2:9 - ପବିତ୍ର ବାଇବଲ (CL) NT (BSI)

9 ଏଥିଯୋଗୁଁ ଈଶ୍ୱର ତାଙ୍କୁ ସର୍ବୋଚ୍ଚ ଉଦ୍ଧ୍ୱର୍ସ୍ଥାନକୁ ଉତ୍ଥାପିତ କରିଛନ୍ତି ଏବଂ ଅନ୍ୟ ସମସ୍ତଙ୍କର ନାମ ଅପେକ୍ଷା ମହତ୍ତର ନାମ ତାଙ୍କୁ ଦେଇଛନ୍ତି।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

9 ଏହି କାରଣରୁଈଶ୍ଵର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,

See the chapter Copy

ଓଡିଆ ବାଇବେଲ

9 ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,

See the chapter Copy

ପବିତ୍ର ବାଇବଲ

9 ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।

See the chapter Copy




ଫିଲିପୀୟ 2:9
46 Cross References  

“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”


ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ।


ବର୍ତ୍ତମାନ ମୁଁ ତୁମ ପାଖକୁ ଆସୁଛି; ମୁଁ ଆଉ ଏ ଜଗତରେ ରହୁ ନାହିଁ। କିନ୍ତୁ ଏମାନେ ରହୁଛନ୍ତି। ପବିତ୍ର ପିତା! ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଛ, ତୁମ ନାମର ଶକ୍ତି ଦ୍ୱାରା ସେମାନଢ଼ଙ୍କୁ ରକ୍ଷା କର। ତୁମେ ଓ ମୁଁ ଯେପରି ଏକ, ସେମାନଙ୍କୁ ମଧ୍ୟ ସେହିପରି ଏକ ହେବାକୁ ସାହାଯ୍ୟ କର।


“ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା, ତା’ ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ।


ପିତା, ଜଗତର ସୃଷ୍ଟି ପୂର୍ବରୁ ତୁମ ସହିତ ମୋର ଯେଉଁ ଗୌରବ ଥିଲା, ବର୍ତ୍ତମାନ ତୁମର ଉପସ୍ଥିତିରେ ସେହି ଗୌରବ ମୋତେ ପ୍ରଦାନ କର।


ଇଶ୍ରାୟେଲର ଲୋକମାନଙ୍କୁ ଅନୁତାପ କରି ପାପ କ୍ଷମା ପାଇବାର ସୁଯୋଗ ଦେବା ପାଇଁ ଈଶ୍ୱର ତାଙ୍କୁ ନେତା ଓ ପରିତ୍ରାଣକର୍ତ୍ତା ରୂପେ ଉଠାଇଛନ୍ତି ଓ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ରଖିଛନ୍ତି।


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ସେ ତାଙ୍କର ଉପାସକ ମଣ୍ଡଳୀରୂପ ଶରୀରର ମସ୍ତକ; ସେହି ଶରୀରର ସେ ଜୀବନ ଶକ୍ତି। ସମସ୍ତ ବିଷୟରେ ପ୍ରଥମ ସ୍ଥାନ ପାଇବା ପାଇଁ ସେ ମୃତ୍ୟୁରୁ ପ୍ରଥମେ ପୁନରୁତ୍ଥିତ ହୋଇଛନ୍ତି।


ଏହିପରି ଭାବରେ ଆମ ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରୁ, ତୁମେ ଆମ ପ୍ରଭୁ ଯୀଶୁଙ୍କ ନାମକୁ ଗୌରବାନ୍ୱିତ କରିପାରିବ ଓ ତୁମକୁ ମଧ୍ୟ ସେ ଗୌରବାନ୍ୱିତ କରିବେ।


ସେ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଯେପରି ଶ୍ରେଷ୍ଠ, ତାଙ୍କର ନାମ ମଧ୍ୟ ସେହିପରି ସେମାନଙ୍କ ନାମ ଅପେକ୍ଷା ମହତ୍ତର,


ତୁମେ ଧାର୍ମିକତାକୁ ଭଲ ପାଅ ଓ ଅନ୍ୟାୟ ଘୃଣା କର। ସେଥିପାଇଁ ତୁମ ଈଶ୍ୱର ତୁମକୁ ମନୋନୀତ କରିଛନ୍ତି। ଏବଂ ତୁମ ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକତର ସମ୍ମାନ ଦେଇ ଆନନ୍ଦ ପ୍ରଦାନ କରିଛନ୍ତି।”


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।


ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।


ପିତା ଈଶ୍ୱରଙ୍କ ଦ୍ୱାରା ସେ ସମ୍ମାନିତ ଓ ଗୌରବାନ୍ୱିତ ହେବା ସମୟରେ ଆମେ ଉପସ୍ଥିତ ଥିଲୁ। ମହାମହିମଙ୍କଠାରୁ ତାଙ୍କ ସମ୍ପର୍କରେ ଉଚ୍ଚାରିତ ଏହି ବାଣୀ ଆମେ ଶୁଣିଛୁ: “ଏହି ଆମ ପ୍ରିୟ ପୁତ୍ର, ଏହାଙ୍କ ପ୍ରତି ଆମେ ସନ୍ତୁଷ୍ଟ।”


କାରଣ ସେମାନେ ଅଣ-ବିଶ୍ୱାସୀମାନଙ୍କଠାରୁ କୌଣସି ସାହାଯ୍ୟ ନ ନେଇ ଖ୍ରୀଷ୍ଟଙ୍କ ସେବା ପାଇଁ ଏହି ଯାତ୍ରାରେ ବାହାରିଛନ୍ତି।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ତାଙ୍କ ପୋଷାକ ଉପରେ ଓ ଉରୁଦେଶରେ ଲେଖା ହୋଇଥିଲା, “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”


ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।


ସେମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥିଲେ। “ନିହତ ହୋଇଥିବା ସେହି ମେଷଶାବକ କ୍ଷମତା, ଐଶ୍ୱର୍ଯ୍ୟ, ଜ୍ଞାନ ଓ ଶକ୍ତି ସମ୍ଭ୍ରମ, ଗୌରବ ଓ ପ୍ରଶଂସାର ଭାଜନ!”


Follow us:

Advertisements


Advertisements