Biblia Todo Logo
Online Bible

- Advertisements -




ଫିଲିପୀୟ 2:28 - ପବିତ୍ର ବାଇବଲ (CL) NT (BSI)

28 ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବାକୁ ଉକ୍ରଣ୍ଠିତ, କାରଣ ତାଙ୍କୁ ଦେଖିଲେ, ତୁମ୍ଭେମାନେ ପୁନର୍ବାର ଆନନ୍ଦିତ ହେବ ଓ ମୋର ଦୁଃଖ ମଧ୍ୟ ଅପସରି ଯିବ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

28 ଏଣୁ ତୁମ୍ଭେମାନେ ଯେପରି ତାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାଙ୍କୁ ପଠାଇବା ନିମନ୍ତେ ଅଧିକ ଯନିବାନ ହେଲି।

See the chapter Copy

ଓଡିଆ ବାଇବେଲ

28 ଏଣୁ ତୁମ୍ଭେମାନେ ଯେପରି ତାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋ' ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଏଣୁ ତୁମ୍ଭେମାନେ ଯେପରି ତାହାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି।

See the chapter Copy

ପବିତ୍ର ବାଇବଲ

28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି।

See the chapter Copy




ଫିଲିପୀୟ 2:28
10 Cross References  

ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇ ପାରିବ ନାହିଁ।


ସେମାନେ ତାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ସେ କହିଥିବାରୁ ସେମାନେ ଅତ୍ୟନ୍ତ ଶୋକାତୁର ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ବିଦାୟ ଦେବା ପାଇଁ ଜାହାଜ ନିକଟକୁ ଗଲେ।


ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି, ମୁଁ ସେଠାକୁ ଗଲେ; ଯେଉଁମାନଙ୍କ ଏାଗି ମୋର ଆନନ୍ଦ ହୁଅନ୍ତା, ସେମାନଙ୍କ ଦ୍ୱାରା ଯେପରି ମୁଁ ଦୁଃଖ ନ ପାଏ। ବାସ୍ତବିକ ମୋର ଦୁଢ଼ ବିଶ୍ୱାସ ଯେ, ମୋର ଆନନ୍ଦରେ ତୁମ୍ଭମାନଙ୍କ ଆନନ୍ଦ।


ତେଣୁ ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇ ଭାବରେ ତୁମ୍ଭେମାନେ ତାଙ୍କୁ ଆନନ୍ଦରେ ଗ୍ରହଣ କର ଓ ତାଙ୍କ ପରି ସମସ୍ତ ଗୁଣବାନ୍ ବ୍ୟକ୍ତିଙ୍କୁ ଭକ୍ତି କର,


ତୁମର ଅଶ୍ରୁଧାରା ମୋର ମନେ ଅଛି ଏବଂ ତୁମକୁ ଦେଖି ସୁଖୀ ହେବା ପାଇଁ ମୁଁ ଉକ୍ରଣ୍ଠିତ।


Follow us:

Advertisements


Advertisements