Biblia Todo Logo
Online Bible

- Advertisements -




ଫିଲିପୀୟ 2:17 - ପବିତ୍ର ବାଇବଲ (CL) NT (BSI)

17 ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ଵାସ ସମ୍ଵନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,,

See the chapter Copy

ଓଡିଆ ବାଇବେଲ

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ।

See the chapter Copy

ପବିତ୍ର ବାଇବଲ

17 ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି।

See the chapter Copy




ଫିଲିପୀୟ 2:17
21 Cross References  

କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


କିନ୍ତୁ ସେ ଉତ୍ତର ଦେଲେ, “ତୁମ୍ଭେମାନେ ଏ କ’ଣ କରୁଛ, କାହିଁକି ଏପରି କ୍ରନ୍ଦନ କରି ମୋ’ ହୃଦୟକୁ ବିଦୀର୍ଣ୍ଣ କରୁଛ? ଯିରୂଶାଲମରେ କେବଳ ବନ୍ଧା ହେବା ପାଇଁ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି।”


ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।


ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୋର ସର୍ବସ୍ୱ, ଏପରି କି ନିଜକୁ ଆନନ୍ସରେ ଉତ୍ସର୍ଗ କରିଦେବା ନିମନ୍ତେ ମୁଁ ପ୍ରସ୍ତୁତ। ମୁଁ ତୁମ୍ଭମାନଙ୍କୁ ଏତେ ଅଧିକ ପ୍ରେମ କରୁଛି ବୋଲି ତୁମ୍ଭେମାନେ ଏତେ ଅଧିକ ପେମ କରୁଛି ବୋଲି ତୁମ୍ଭେମାନେ କ’ଣ ମୋତେ ଏତେ ଅଳ୍ପ ପ୍ରେମ କରିବ?


ଅତଏବ, ଏହିପରି ଭାବରେ ଆମ ମଧ୍ୟରେ ମୃତ୍ୟ ଓ ତୁମ ମଧ୍ୟରେ ଜୀବନ କାର୍ଯ୍ୟ କରି ଚାଲିଛି।


ଆମେ ଶୋକାର୍ତ୍ତ ହୋଇ ସୁଦ୍ଧା ସର୍ବଦା ଉଲ୍ଲସିତ। ଆମେ ଦରିଦ୍ର ପରି ମନେହୁଏ, କିନ୍ତୁ ବାସ୍ତବରେ ଆମେ ସବୁ କରିଛିର ଅଧିକାରୀ।


ତୁମ୍ଭମାନଙ୍କ ଉପରେ ମୋର ଗର୍ବ ମଧ୍ୟ ଯଥେଷ୍ଟ। ଦୁଃଖ କଷ୍ଟ ସମୟରେ ମୁଁ ଅପୂର୍ବ ସାହାସ ଦେଖାଇଛି। ଆନନ୍ଦରେ ବିହ୍ୱଳ ହୋଇଛି।


ଜୀବନରେ ଅବା ମରଣରେ, ମୋର କର୍ତ୍ତବ୍ୟରେ ଅବହେଳା ନ କରି ସବୁ ସମୟରେ ଓ ବିଶେଷରେ ଏହି ଦୁର୍ଦ୍ଦିନରେ ସାହସିକ ହୋଇ ସମ୍ପୂର୍ଣ୍ଣଭାବେ ଯେପରି ମୁଁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବି, ଏହା ହିଁ ମୋର ଏକାନ୍ତ ଆଶା ଓ ଆକାଂକ୍ଷା।


ତୁମ୍ଭେମାନେ ମଧ୍ୟ ସେହିପରି ଉଲ୍ଲାସ କରିବା ଉଚିତ ଏବଂ ସେହି ଆନନ୍ଦରେ ମୋତେ ମଧ୍ୟ ଅଂଶୀ କରାଅ।


କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରିଲ ନାହିଁ, ଖ୍ରୀଷ୍ଟଙ୍କ କାର୍ଯ୍ୟ ସିଦ୍ଧି ଲାଗି ସେ ତା’ ମୋ’ ପାଇଁ କରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କଲେ ଓ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ।


ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।


ବର୍ତ୍ତମାନ ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ମୁଁ ଆନନ୍ଦିତ। କାରଣ ମୋର ଶାରୀରିକ ଦୁଃଖଭୋଗ ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ପକ୍ଷରୁ ଖ୍ରୀଷ୍ଟଙ୍କ ଦୁଃଖଭୋଗର ଅବଶିଷ୍ଟାଂଶକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି।


ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯୋଗୁଁ, ତୁମକୁ କେବଳ ଈଶ୍ୱରଙ୍କ ସୁସମାଚାରର ଅଂଶୀଦାର କରାଇ ନ ଥିଲୁ, ମାତ୍ର ତୁମ ନିମନ୍ତେ ନିଜକୁ ଦାନ କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ଥିଲୁ। ତୁମେ ଆମର କେଡ଼େ ପ୍ରିୟ ନ ଥିଲ!


ମୋର ଜୀବନକୁ ବଳି ଦେଇ ଏଇ ମରଧାମ ତ୍ୟାଗ କରିବାର ବେଳ ଆସିଲାଣି।


ତୁମ୍ଭେମାନେ ଏକ ଆଧ୍ୟାତ୍ମିକ ମନ୍ଦିର ନିର୍ମାରରେ ଜୀବନ୍ତ ପ୍ରସ୍ତର ରୁପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣରେ ଜୀବନ୍ତ ପ୍ରସ୍ତର ରୂପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରିବା ପାଇଁ ପବିତ୍ର ଯାଜକର କାର୍ଯ୍ୟ କରିବ।


ଆମ ପାଇଁ ଖ୍ରୀଷ୍ଟଙ୍କର ଆତ୍ମବଳିଦାନରୁ ଆମ୍ଭେମାନେ ପ୍ରେମ ଶିକ୍ଷା କରିଛୁ। ଭାଇମାନଙ୍କ ପାଇଁ ଆତ୍ମବଳିଦା କରିବାକୁ ଆମେ ମଧ୍ୟ ପ୍ରସ୍ଥୁତ ହୋଇ ରହିବା ଉଚିତ୍।


Follow us:

Advertisements


Advertisements