Biblia Todo Logo
Online Bible

- Advertisements -




ଫିଲିପୀୟ 2:10 - ପବିତ୍ର ବାଇବଲ (CL) NT (BSI)

10 ତେଣୁ ଯୀଶୁଙ୍କର ନାମର ସମ୍ମାନାର୍ଥେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସମସ୍ତ ପ୍ରାଣୀ ତାଙ୍କ ସମ୍ମୁଖରେ ଜାନୁପାତ କରିବେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

10 ଯେପରି ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ,

See the chapter Copy

ଓଡିଆ ବାଇବେଲ

10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,

See the chapter Copy

ପବିତ୍ର ବାଇବଲ

10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।

See the chapter Copy




ଫିଲିପୀୟ 2:10
17 Cross References  

“ଯୁନସ ଯେପରି ମାଛ ପେଟରେ ତିନି ଦିନ ଓ ତିନି ରାତି ରହିଥିଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ଭୂଗର୍ଭରେ ତିନି ଦିନ ଓ ତିନି ରାତି ଅତିବାହିତ କରିବେ।


କଣ୍ଟା ଗଛ ଡ଼ାଳରେ ଗୋଟିଏ ମୁକୁଟ ତିଆରି କରି ତାଙ୍କ ମୁଣ୍ଡ ଉପରେ ପିନ୍ଧାଇ ଦେଲେ ଓ ତାଙ୍କ ଡ଼ାହାଣ ହାତରେ ଗୋଟିଏ ଯଷ୍ଟି ଧରାଇଲେ। ତା’ପରେ ତାଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ତାଙ୍କୁ ବ୍ୟଙ୍ଗ କରି କହିଲେ, “ଇହୁଦୀମାନଙ୍କର ରାଜା ଚିରଞ୍ଜୀବୀ ହୁଅନ୍ତୁ।”


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


ଏଲିୟଙ୍କୁ ଈଶ୍ୱର କି ଉତ୍ତର ଦେଇଥିଲେ? “ଭଣ୍ଡ ଦେବତା ବାଲ୍ ମୂର୍ତ୍ତିକୁ ପୂଜା କରି ନ ଥିବା ସାତ ହଜାର ଲୋକଙ୍କୁ ଆମ୍ଭ ନିମନ୍ତେ ରଖିଛୁ।”


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ଯାହାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପରିବାର ତା’ର କୁଳ ନାମ ପ୍ରାପ୍ତ ହୋଇଛି, ସେହି ପରମ ପିତା ଈଶ୍ୱରଙ୍କ ସମ୍ମୁଖରେ ଜାନୁପାତ କରି ମୁଁ ପ୍ରାର୍ଥନା କରେ।


“ସେ ଉଦ୍ଧ୍ୱର୍କୁ ଆରୋହଣ କଲେ”, ଏହାର ଅର୍ଥ କ’ଣ? ଏହାର ଅର୍ଥ, ପ୍ରଥମେ ସେ ପୃଥିବୀର ନିମ୍ନତମ ସ୍ଥାନମାନଙ୍କୁ ଅବତରଣ କରିଥିଲେ।


କିନ୍ତୁ ଈଶ୍ୱର ତାଙ୍କ ପ୍ରଥମଜାତ ପୁତ୍ରଙ୍କୁ ଏହି ଜଗତକୁ ପଠାଇଲା ବେଳେ ଏହା କହିଥିଲେ, “ଈଶ୍ୱରଙ୍କ ଦୂତଗଣ ତାଙ୍କପର ପୂଜା କରିବେ।”


ସେହି ସମୟରେ ସମୁଦ୍ର ଗର୍ଭରେ ମୃତ ହୋଇଥିବା ବ୍ୟକ୍ତିମାନେ ଉଠି ଆସିଲେ। ମୃତ୍ୟୁପୁରୀରେ ଥିବା ମୃତ ବ୍ୟକ୍ତିମାନେ ମଧ୍ୟ ବାହାରି ଆସିଲେ। ସେମାନେ ସମସ୍ତେ ନିଜ ନିଜର କ୍ରିୟାକର୍ମ ଅନୁଯାୟୀ ବିଚାରିତ ହେଲେ।


ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,


କିନ୍ତୁ ସେହି ପାଣ୍ଡୁଲିପି ଫିଟାଇ ସେଥିରେ କଅଣ ଲେଖାଅଛି, ପଢ଼ିବାକୁ ସ୍ୱର୍ଗରେ, ପୃଥିବୀରେ କିମ୍ବା ପାତାଳରେ କେହି ବାହାରିଲେ ନାହିଁ।


Follow us:

Advertisements


Advertisements