Biblia Todo Logo
Online Bible

- Advertisements -




ଫିଲିପୀୟ 1:23 - ପବିତ୍ର ବାଇବଲ (CL) NT (BSI)

23 ମୁଁ ଦୁଇଆଡ଼ୁ ଦୁଇଟି ଆକର୍ଷଣର ସମ୍ମୁଖୀନ। ଏ ଜୀବନ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଅତୀବ ଇଚ୍ଛା। ଅବଶ୍ୟ ଏହା ଶ୍ରେୟସ୍କର।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

23 ମୁଁ ଦୁଇଟି ବିଷୟ ଘେନି ମହାସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;

See the chapter Copy

ଓଡିଆ ବାଇବେଲ

23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;

See the chapter Copy

ପବିତ୍ର ବାଇବଲ

23 ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।

See the chapter Copy




ଫିଲିପୀୟ 1:23
24 Cross References  

ମୋତେ ଆଉ ଏକ ଦୀକ୍ଷା ନେବାକୁ ହେବ ଏବଂ ତାହା ନେବା ପର୍ଯ୍ୟନ୍ତ ମୁଁ ବ୍ୟାକୁଳ।


ଯୀଶୁ ତାକୁ କହିଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ଆଜି ତୁମେ ମୋ’ ସଙ୍ଗେ ସ୍ୱର୍ଗୋଦ୍ୟାନରେ ପ୍ରବେଶ କରିବ।”


ଯେଉଁ ଲୋକଠାରୁ ଭୂତ ବାହାରି ଯାଇଥିଲା, ସେ ଯୀଶୁଙ୍କୁ ବିନତି କରି କହିଲା, “ମୋତେ ଆପଣଙ୍କ ସହିତ ଯିବାକୁ ଅନୁମତି ଦିଅନ୍ତୁ।”


ଯେ ମୋର ସେବକ ହେବାକୁ ଚାହେଁ, ସେ ମୋର ଅନୁଗମନ କରୁ, ତାହାହେଲେ ମୁଁ ଯେଉଁଠାରେ ଥାଏ, ମୋର ସେବକ ମଧ୍ୟ ସେହିଠାରେ ରହିବ ଏବଂ ସେ ମୋ’ ପିତାଙ୍କ ନିକଟରେ ସମ୍ମାନିତ ହେବ।


ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।


ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ, ଫେରିଆସି ତୁମ୍ଭମାନଙ୍କୁ ମୋ’ ନିକଟକୁ ନେଇଯିବି। ତା’ହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ।


“ପିତା! ତୁମେ ସେମାନଙ୍କୁ ମୋ’ ହାତରେ ଦେଇଛ। ମୁଁ ଚାହେଁ; ଯେଉଁଠାରେ ମୁଁ ରହିବି, ସେମାନେ ସେଠାରେ ମୋ’ ସଙ୍ଗରେ ରହି ତୁମେ ମୋତେ ଦେଇଥିବା ଗୌରବ ଦେଖନ୍ତୁ, କାରଣ ଜଗତର ସୃଷ୍ଟି ପୂର୍ବରୁ ତୁମେ ମୋତେ ପ୍ରେମ କରିଥିଲ।


ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର!”


ତେଣୁ ଆମେ ସାହସିକ, ପୁଣି ଏହି ଶରୀର ପରିତ୍ୟାଗ କରି ପ୍ରଭୁଙ୍କ ସହିତ ବାସ କରିବା ପାଇଁ ଆମେ ଅଧିକ ଉତ୍ସୁକ।


ଆମେ ତୁମ ପ୍ରତି ରୁଦ୍ଧ-ହୃଦୟ ହୋଇ ନାହୁଁ, ବରଂ ତୁମମାନଙ୍କ ହୃଦୟ ଆମ ପଅତି ରୁଦ୍ଧ ହେେଇଛି।


କିନ୍ତୁ ତୁମ୍ଭମାନଙ୍କ ନିମନ୍ତେ ମୋର ବଞ୍ଚି ରହିବା ଅଧିକ ଆବଶ୍ୟକ।


ହେ ଆମର ଭାଇମାନେ! ତୁମ୍ଭେମାନେ ନିଜେ ଜାଣ ଯେ, ତୁମ ନିକଟକୁ ଆମର ଆଗମନ ବ୍ୟର୍ଥ ହୋଇ ନାହିଁ।


ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।


ତା’ପରେ ଆମେ ଯେଉଁମାନେ ସେହି ସମୟରେ ଜୀବିତ ରହିଥିବୁ, ମେଘମାଳାରେ ସେମାନଙ୍କ ସଙ୍ଗରେ ଉତ୍ଥାପିତ ହୋଇ ମହାଶୂନ୍ୟରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ। ତା’ପରେ ଆମ୍ଭେମାନେ ଚିରକାଳ ପ୍ରଭୁଙ୍କ ସଙ୍ଗରେ ରହିବୁ।


ମୋର ଜୀବନକୁ ବଳି ଦେଇ ଏଇ ମରଧାମ ତ୍ୟାଗ କରିବାର ବେଳ ଆସିଲାଣି।


ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”


Follow us:

Advertisements


Advertisements