Biblia Todo Logo
Online Bible

- Advertisements -




ଫିଲିପୀୟ 1:22 - ପବିତ୍ର ବାଇବଲ (CL) NT (BSI)

22 କିନ୍ତୁ ଯଦି ବଞ୍ଚିରହି ମୁଁ ଅଧିକ ଫଳପ୍ରଦ କାର୍ଯ୍ୟ କରିପାରେ, ତେବେ ଜୀବନ ବା ମରଣ କାହାକୁ ପସନ୍ଦ କରିବି, ମୁଁ ଠିକ୍ କରିପାରୁ ନାହିଁ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।

See the chapter Copy

ଓଡିଆ ବାଇବେଲ

22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ' ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କ'ଣ ପସନ୍ଦ କରିବି, ତାହା ଜାଣେ ନାହିଁ ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।

See the chapter Copy

ପବିତ୍ର ବାଇବଲ

22 ଯଦି ମୁଁ ଶରୀରରେ ଜୀବିତ ରୁହେ, ତା'ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା?

See the chapter Copy




ଫିଲିପୀୟ 1:22
14 Cross References  

“ତେଣୁ ଭାଇମାନେ, ତୁମ୍ଭେମାନେ ଓ ତୁମ ନେତୃବର୍ଗ ଯୀଶୁଙ୍କ ପ୍ରତି ଯାହା କର, ତାହା ଅଜ୍ଞତାବଶତଃ କରିଛ - ଏହା ମୁଁ ଜାଣେ।


ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।


ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:


ଆମେ ଏହି ଜଗତରେ ବାସ କରୁ ସତ, କିନ୍ତୁ କୌଣସି ଜାଗତିକ ଉଦ୍ଦେଶ୍ୟ ରଖି ସଂଗ୍ରାମ କରି ନ ଥାଉ


ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।


ମୁଁ ଦୁଇଆଡ଼ୁ ଦୁଇଟି ଆକର୍ଷଣର ସମ୍ମୁଖୀନ। ଏ ଜୀବନ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଅତୀବ ଇଚ୍ଛା। ଅବଶ୍ୟ ଏହା ଶ୍ରେୟସ୍କର।


କିନ୍ତୁ ତୁମ୍ଭମାନଙ୍କ ନିମନ୍ତେ ମୋର ବଞ୍ଚି ରହିବା ଅଧିକ ଆବଶ୍ୟକ।


ତୁମ୍ଭମାନଙ୍କ ପାଇଁ, ଲାଉଦିକିଆବାସୀ ଓ ମୋତେ ଚିହ୍ନି ନ ଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଯେ କେତେ କଠିନ ପରିଶ୍ରମ କରୁଛି, ତାହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ।


ତୁମ୍ଭେମାନେ ବର୍ତ୍ତମାନଠାରୁ ଜୀବନର ଅବଶିଷ୍ଟ କାଳ ଭିତରେ ଶାରୀରିକ ଅଭିଲାଷର ବଶବର୍ତ୍ତୀ ନ ହୋଇ ଈଶ୍ୱରଙ୍କ ଇଚ୍ଛାଧୀନ ହୁଅ।


Follow us:

Advertisements


Advertisements