Biblia Todo Logo
Online Bible

- Advertisements -




ଫିଲିପୀୟ 1:20 - ପବିତ୍ର ବାଇବଲ (CL) NT (BSI)

20 ଜୀବନରେ ଅବା ମରଣରେ, ମୋର କର୍ତ୍ତବ୍ୟରେ ଅବହେଳା ନ କରି ସବୁ ସମୟରେ ଓ ବିଶେଷରେ ଏହି ଦୁର୍ଦ୍ଦିନରେ ସାହସିକ ହୋଇ ସମ୍ପୂର୍ଣ୍ଣଭାବେ ଯେପରି ମୁଁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବି, ଏହା ହିଁ ମୋର ଏକାନ୍ତ ଆଶା ଓ ଆକାଂକ୍ଷା।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

20 ଏ ସମ୍ଵନ୍ଧରେ ମୋହର ଏକା; ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ଵିତ କରିବି।

See the chapter Copy

ଓଡିଆ ବାଇବେଲ

20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି।

See the chapter Copy

ପବିତ୍ର ବାଇବଲ

20 ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି।

See the chapter Copy




ଫିଲିପୀୟ 1:20
41 Cross References  

(ଯୀଶୁ ଏଥିଦ୍ୱାରା ସୂଚନା ଦେଲେ, ପିତର କିପରି ଭାବରେ ମୃତ୍ୟୁଭୋଗ କରି ଈଶ୍ୱରଙ୍କୁ ମହିମାନ୍ୱିତ କରିବେ।) ତା’ପରେ ଯୀଶୁ ପିତରଙ୍କୁ କହିଲେ, “ମୋ’ ପଛେ ପଛେ ଆସ।”


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


କିନ୍ତୁ ସେ ଉତ୍ତର ଦେଲେ, “ତୁମ୍ଭେମାନେ ଏ କ’ଣ କରୁଛ, କାହିଁକି ଏପରି କ୍ରନ୍ଦନ କରି ମୋ’ ହୃଦୟକୁ ବିଦୀର୍ଣ୍ଣ କରୁଛ? ଯିରୂଶାଲମରେ କେବଳ ବନ୍ଧା ହେବା ପାଇଁ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି।”


ସେମାନେ ପ୍ରାର୍ଥନା ଶେଷ କରିବା ପରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ, ତାହା କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଓ ନିର୍ଭୀକଭାବେ ଈଶ୍ୱରଙ୍କର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ।


ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।


ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।


(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।


ସମଗ୍ର ସୃଷ୍ଟି ଆଗ୍ରହ ସହିତ ସେହି ଦିନର ଅପେକ୍ଷାରେ ରହିଛି,


ଶାସ୍ତ୍ରରେ ଯେପରି ଲେଖା ହୋଇଛି: “ଦେଖ, ଆମେ ସିୟୋନରେ ଗୋଟିଏ ପ୍ରସ୍ତର ଓ ଗୋଟିଏ ଶିଳାଖଣ୍ଡ ସ୍ଥାପନ କରିଛୁ। ସେଥିରେ ଆଘାତ ପାଇ ଲୋକେ ଝୁଣ୍ଟି ପଡ଼ିବେ। କିନ୍ତୁ ବିଶ୍ୱାସୀ ନିରାଶ ହେବ ନାହିଁ।”


ଭାଇମାନେ, ଆମ୍ଭମାନଙ୍କର ଜୀବନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଥିବାରୁ, ତୁମ୍ଭମାନଙ୍କ ପାଇଁ ମୋର ଯେଉଁ ଗର୍ବ, ତାହାରି ଦୁହାଇ ଦେଇ କହୁଛି, ମୁଁ ପ୍ରତିଦିନ ମୃତ୍ୟୁ ମୁଖରେ ପତିତ ହେଉଛି।


ସେ ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ତୁମ୍ଭମାନଙ୍କ ଶରୀର ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କର।


ତେଣୁ ସେ ଦୁଇଟି ଆକର୍ଷଣର ବଶବର୍ତ୍ତୀ। ଅବିବାହିତ ସ୍ତ୍ରୀ ବା କୁମାରୀ; ପ୍ରଭୁଙ୍କ କାର୍ଯ୍ୟରେ ମନୋଯୋଗୀ ହୁଏ, କାରଣ ଶାରୀରିକ ଓ ଆତ୍ମିକ ଭାବରେ ସେ ନିଜକୁ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରି ଦେବାକୁ ଚାହେଁ। କିନ୍ତୁ ବିବାହିତ ନାରୀ ଜାଗତିକ ବିଷୟ ନେଇ ବ୍ୟସ୍ତ, କାରଣ ସ୍ୱାମୀକୁ ସନ୍ତୁଷ୍ଟ କରିବା ତା’ର ଲକ୍ଷ୍ୟ।


ତୁମ୍ଭାମାନଙ୍କୁ ଧ୍ୱଂସ କରିବା ପାଇଁ ନୁହେଁ, ମାତ୍ର ଗଠନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଯେଉଁ କ୍ଷମତା ଦେଇଛନ୍ତି, ସେଥିପାଇଁ ଯଦି ମୁଁ ଅତି ବେଶୀ ଦର୍ପ କରିଥାଏ, ତେବେ ଲଗ୍ଗିତ ହେବି ନାହିଁ।


ସେହି ଭରସା ଥିବାରୁ ଆମେ ଅଧିକ ସାହାସୀ।


ଯୀଶୁଙ୍କ ଜୀବନ ଯେପରି ଆମଠାରେ ପ୍ରକାଶିତ ହୁଏ, ସେଥିପାଇଁ ଆମେ ସର୍ବଦା ଆମ ଶରୀରରେ ଯୀଶୁଙ୍କ ମୃତ୍ୟୁ ବହନ କରୁଛୁ।


ସେ ସମସ୍ତଙ୍କ ପାଇଁ ମୃତ୍ୟବରଣ କରି ଥିବାରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ଆଉ ନିଜ ପାଇଁ ଜୀବନଧାରଣ ନ କରି ତାଙ୍କ ପାଇଁ ବଞ୍ôଚବେ, କାରଣ କେବଳ ସେମାନଙ୍କ ପାଇଁ ସେ ମରି ପୁନର୍ଜୀବିତ ହୋଇ ଅଛନ୍ତି।


ତାଙ୍କ ନିକଟରେ ତୁମ୍ଭମାନଙ୍କ ପାଇଁ ମୁଁ ଦର୍ପ କରିଛି। ଆଉ ସେଥିପାଇଁ ମୋ’ ମୁଣ୍ଡ ତଳକୁ ହୋଇଯାଇ ନାହିଁ। ଯେପରି ତୁମ୍ଭମାନଙ୍କ ନିକଟରେ ଆମେ ସବୁବେଳେ ସତ କହି ଆସିଛୁ, ସେହିପରି ତିତସଙ୍କ ନିକଟରେ ଆମେ କରିଥିବା ଦର୍ପ, ମିଥ୍ୟା ବୋଲି ପ୍ରମାଣିତ ହୋଇ ନାହିଁ।


ତୁମ୍ଭମାନଙ୍କ ଉପରେ ମୋର ଗର୍ବ ମଧ୍ୟ ଯଥେଷ୍ଟ। ଦୁଃଖ କଷ୍ଟ ସମୟରେ ମୁଁ ଅପୂର୍ବ ସାହାସ ଦେଖାଇଛି। ଆନନ୍ଦରେ ବିହ୍ୱଳ ହୋଇଛି।


କିନ୍ତୁ ମୁଁ ବନ୍ଦୀ ହୋଇଥିବାରୁ ଅନେକ ଭାଇମାନଙ୍କର ପ୍ରଭୁଙ୍କ ପ୍ରତି ଅଧିକ ବିଶ୍ୱାସ ଜନ୍ମିଛି, ପୁଣି ଏହା ଫଳରେ ନିର୍ଭୀକମାନେ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବାକୁ ସେମାନଙ୍କର ସାହସ ବୃଦ୍ଧି ପାଇଛି।


ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।


ବର୍ତ୍ତମାନ ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ମୁଁ ଆନନ୍ଦିତ। କାରଣ ମୋର ଶାରୀରିକ ଦୁଃଖଭୋଗ ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ପକ୍ଷରୁ ଖ୍ରୀଷ୍ଟଙ୍କ ଦୁଃଖଭୋଗର ଅବଶିଷ୍ଟାଂଶକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


କିନ୍ତୁ ତୁମ୍ଭେମାନେ ଯଦି ଖ୍ରୀଷ୍ଟବିଶ୍ୱାସୀ ହେବାରୁ ଦୁଃଖଭୋଗ କରୁଛୁ, ତେବେ ଲଜ୍ଜିତ ହୁଅ ନାିଁ। ଈଶ୍ୱରଙ୍କୁ ଧନ୍ୟବାଦ ଦିଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ଧାରଣ କରିଛ।


ହଁ ପିଲାମାନେ! ତାଙ୍କଠାରେ ସଂଯୁକ୍ତ ହୋଇ ରୁହ, ତାହାହେଲେ ତାଙ୍କର ଯେତେବେଳେ ଆବିର୍ଭାବ ହେବ, ଆମ ନିର୍ଭୀକ ଭାବରେ ତାଙଘ୍କର ସମ୍ମୁଖୀନ ହୋଇ ପାରବା- ସେହି ଦିବସରେ ଆମକୁ ଲଜ୍ଜାରେ ଆତ୍ମଗୋପନ କରିବାକୁ ପଡ଼ଫିବ ନାହହିଁ।


Follow us:

Advertisements


Advertisements