Biblia Todo Logo
Online Bible

- Advertisements -




ଫିଲିପୀୟ 1:1 - ପବିତ୍ର ବାଇବଲ (CL) NT (BSI)

1 ଫିଲିପୀ ମଣ୍ଡଳୀର ବିଶପ୍‌ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-

See the chapter Copy

ପବିତ୍ର ବାଇବଲ (Re-edited) - (BSI)

1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍‍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ଲେଖୁଅଛନ୍ତି;

See the chapter Copy

ଓଡିଆ ବାଇବେଲ

1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ;

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;

See the chapter Copy

ପବିତ୍ର ବାଇବଲ

1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର।

See the chapter Copy




ଫିଲିପୀୟ 1:1
48 Cross References  

ଜଣେ ଲୋକ ଯାତ୍ରା କରିବାକୁ ବାହାରିବାବେଳେ ତା’ ଘରଟି ଦାସମାନଙ୍କ ଦାୟିତ୍ୱରେ ଛାଡ଼ିଦେଇ ଯାଏ। ସେମାନଙ୍କ ମଧ୍ୟରୁ କିଏ କଅଣ କରିବ, ବୁଝାଇ ଦେଇ, ପ୍ରହରୀକୁ ସଜାଗ ରହିବା ପାଇଁ କହିଦେଇ ଯାଏ।


ଯେ ମୋର ସେବକ ହେବାକୁ ଚାହେଁ, ସେ ମୋର ଅନୁଗମନ କରୁ, ତାହାହେଲେ ମୁଁ ଯେଉଁଠାରେ ଥାଏ, ମୋର ସେବକ ମଧ୍ୟ ସେହିଠାରେ ରହିବ ଏବଂ ସେ ମୋ’ ପିତାଙ୍କ ନିକଟରେ ସମ୍ମାନିତ ହେବ।


“ଏ ବିଷୟରେ ଗୀତ ସଂହିତାରେ ଲେଖା ଯାଇଛି: ‘ତାହାର ଗୃହ ଜନଶୂନ୍ୟ ହେଉ, ସେଥିରେ କେହି ବାସ ନ କରୁ”, ଆହୁରି ମଧ୍ୟ ଲେଖାଯାଇଛି; ‘ଅନ୍ୟ ଜଣେ ତାହାର କାର୍ଯ୍ୟରେ ନିଯୁକ୍ତ ହେଉ’।


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।


ଖ୍ରୀଷ୍ଟଯୀଶୁଙ୍କ ଦାସ ଓ ଈଶ୍ୱରପ୍ରଦତ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରେରିତ ଶିଷ୍ୟରୂପେ ଆହୂତ ପାଉଲଙ୍କ ପତ୍ର:


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।


ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।


ଏହା ଶୁଣି ତୁମ୍ଭେମାନେ କ’ଣ ମନେ କରୁଛ ଯେ, ମୁଁ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରିବା ପାଇଁ ଚେଷ୍ଟା କରୁଛି? ନା, କଦାପି ନୁହେଁ। ମୁଁ ଚାହେଁ କେବଳ ଈଶ୍ୱରଙ୍କ ସମର୍ଥନ। ମୁଁ କ’ଣ ଲୋକପ୍ରିୟ ହେବା ନିମନ୍ତେ ଇଚ୍ଛା କରୁଛି? ମୁଁ ଯଦି ଏ ପର୍ଯ୍ୟନ୍ତ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ମୁଁ ଆଜି ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିବା ପାଉଲ, ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ବିଶ୍ୱସ୍ତ ଜୀବନ ଯାପନ କରୁଥିବା ଏଫିସୀର ଈଶ୍ୱରଭକ୍ତମାନଙ୍କ ନିକଟକୁ ଲେଖିଥିବା ଏହି ପତ୍ର:-


ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିବା ସମୟଠାରୁ ତୁମ୍ଭମାନଙ୍କ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଆସୁଛି।


ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଯେଉଁମାନଙ୍କ ପ୍ରେମ ଅବିନଶ୍ୱର, ସେ ସେମାନଙ୍କୁ ଅନୁଗ୍ରହ କରନ୍ତୁ।


ପ୍ରଭୁଙ୍କର ଇଚ୍ଛା ଥିଲେ, ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇ ପାରିବି ବୋଲି ମୁଁ ଆଶା କରେ। ତାହାହେଲେ, ତୁମ୍ଭମାନଙ୍କର ସମ୍ବାଦ ପାଇ ମୁଁ ଉତ୍ସାହିତ ହେବି।


ଖ୍ରୀଷ୍ଟ ଯୀଶୁଙ୍କର ମନୋଭାବ ଯେପରି ଥିଲା, ତୁମ୍ଭମାନଙ୍କର ସେପରି ହେଉ:


ମୁଁ କୃତକାର୍ଯ୍ୟ ବା ସିଦ୍ଧ ହୋଇସାରିଛି ବୋଲି କହୁ ନାହିଁ। ପୁରସ୍କାର ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ସ୍ୱୟଂ ଖ୍ରୀଷ୍ଟ ମୋତେ ଧରି ଆଣି ଏଥିରେ ନିଯୁକ୍ତ କରିଛନ୍ତି।


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।


ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।


ଥେସଲନିକାରେ ତୁମ୍ଭମାନଙ୍କ ନିକଟକୁ ଆସିବା ପୂର୍ବରୁ ଫିଲିପ୍ପୀରେ ଆମ ପ୍ରତି କିପରି ଦୁର୍ବ୍ୟବହାର ଓ ଅପମାନ କରାଯାଇଥିଲା, ତାହା ତୁମ୍ଭେମାନେ ଜାଣ। ତଥାପି ବହୁ ବିରୋଧ ସତ୍ତେ୍ୱ, ଈଶ୍ୱରଙ୍କଠାରୁ ମିଳିଥିବା ସୁସମାଚାର ତୁମ୍ଭମାନଙ୍କୁ ଜଣାଇବା ନିମନ୍ତେ ସେ ଆମକୁ ସାହସ ଦେଇଥିଲେ।


ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।


କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।


ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।


ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।


ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଉଲଙ୍କ ପତ୍ର। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ଅନନ୍ତ ଜୀବନ ପ୍ରାପ୍ତିର ଆଶା ଉପରେ ଆଧାରିତ ଆମ ଧର୍ମବିଶ୍ୱାସର ସତ୍ୟ ପ୍ରତି ସେମାନଙ୍କୁ ସଚେତନ କରାଇବା ପାଇଁ ମୁଁ ପ୍ରେରିତ ହୋଇଛି।


ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।


ଯୀଶୁ ଖ୍ରୀଷ୍ଟଙ୍କ ଲାଗି କାରାବରଣ କରିଥିବା ପାଉଲ ଓ ଭ୍ରାତା ତୀମଥିଙ୍କଠାରୁ, ବନ୍ଧୁ ଓ ସହକର୍ମୀ ଫିଲୀମନ,


ଆମ ଭାଇ ତୀମଥି କାରାଗାରରୁ ମୁକ୍ତି ପାଇଛନ୍ତି ବୋଲି ଜାଣିବ। ସେ ଯଦି ଶୀଘ୍ର ଆସନ୍ତି, ତେବେ ମୁଁ ତାଙ୍କୁ ସଙ୍ଗରେ ନେଇ ତୁମ୍ଭମାନଙ୍କ ନିକଟକୁ ଯିବି।


ସମଗ୍ର ପୃଥିବୀରେ ଛନ୍ନଭିନ୍ନ ହୋଇ ରହିଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ ନମସ୍କାର ଜଣାଇ ଏହି ପିତ୍ର ଲେଖୁଛନ୍ତି।


ମେଷମାନଙ୍କ ତୁଲ୍ୟ ତୁମ୍ଭେମାନେ ବିପଥଗାମୀ ହୋଇଥଲ। ବର୍ତ୍ତମାନ ତୁମ୍ଭମାନଙ୍କର ମେଷପାଳକ ଓ ଆତ୍ମଶର ରକ୍ଷକଙ୍କୁ ଅନୁସରଣ କରିବା ନିମନ୍ତେ ବାହୁଡ଼ି ଆସିଛ।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-


ଯାହା ସବୁ ଅତି ଶୀଘ୍ର ଘଟିବାକୁ ଯାଉଛି, ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରକାଶ କରିଥିବା ତାହାର ଏକ ବିବରଣୀ ଏହି ପୁସ୍ତକରେ ଲିପିବଦ୍ଧ ହୋଇଛି। ସେହି ସମସ୍ତ ବିଷୟ ତାଙ୍କର ଦାସମାନଙ୍କୁ ଜଣାଇବା ନିମନ୍ତେ ଖ୍ରୀଷ୍ଟ ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କରି ତାଙ୍କ ଦାସ ଯୋହନଙ୍କୁ ତାହା ଅବଗତ କରାଇଲେ।


ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


“ପର୍ଗାମମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯାହାଙ୍କ ନିକଟରେ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ଅଛି, ତାଙ୍କର ଏହି ବାର୍ତ୍ତା।


“ସୁର୍ଣ୍ଣାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯେ ଆଦି ଓ ଅନ୍ତ ଏବଂ ଯେ ମୃତ୍ୟୁ ବରଣ କରି ପୁଣି ଜୀବିତ ହେଲେ, ତାହାଙ୍କ ନିକଟରୁ ଏହି ବାର୍ତ୍ତା:


କିନ୍ତୁ ସେ କହିଲେ, “ସେପରି କର ନାହିଁ, କାରଣ ମୁଁ ମଧ୍ୟ ତୁମ ପରି ଜଣେ। ତୁମର ଯେଉଁ ଭାବବାଦୀ ଭାଇମାନେ ଓ ଯେଉଁ ସମସ୍ତେ ଏହି ପୁସ୍ତକର ବାକ୍ୟ ଅନୁଯାୟୀ ଆଜ୍ଞାବହ ହୋଇ ରହନ୍ତି, ସେମାନଙ୍କ ପରି ମୁଁ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର।”


Follow us:

Advertisements


Advertisements