17 ଏ ମର୍ ବାଇବଇନିମନ୍, ମୁଇ ଜେନ୍ତାରି କଲିନି, ତମେ ମିସା ସେନ୍ତାରିସେ କରା । ଆମେ ତମର୍ ସଙ୍ଗ୍ ରଇଲାବେଲେ ଜେନ୍ତି ଚଲାଚଲ୍ତି କର୍ତେରଇଲୁ, ସେଟା ଜାଗ୍ରତ୍ ସଙ୍ଗ୍ ଦେକା ଆରି ସେନ୍ତାରି ଚଲାଚଲ୍ତି କରା ।
ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି ।
ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
ମୁଇ ଜେନ୍ତାରି ମାପ୍ରୁର୍ ପଚେ ପଚେ ଗାଲିନି, ତମେମନ୍ ମିସା ସେନ୍ତାରି ମର୍ ପଚେ ପଚେ ଆସା ।
ତେବେ ମୁଇ ତମ୍କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।
ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ ।
ଏ ଚିଟିଲଗେ ତମ୍କେ ଜନ୍ କବର୍ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍ ବିତ୍ରେଅନି କେ ମିସା ସେଟା ମାନ୍ବାକେ ମନ୍ ନ କରେ, ସେନ୍ତାରି ଲକ୍କେ ଚିନିରୁଆ ଆରି ତାର୍ସଙ୍ଗ୍ ମିସିବିଡି ରଇବାଟା ଚାଡି ଦିଆସ୍ ।
କାଇକେବଇଲେ, ତମେ, ଆମେ କଲାପାରା କର୍ବା ଦର୍କାର୍ । ଆରି ସେଟା କେନ୍ତାରି କର୍ବାର୍ ନିଜେ ଜାନିଆଚାସ୍ । ସେଟାର୍ପାଇ ଆମେ ତମର୍ ଟାନେ ବାଡୁଅଇକରି ଚଲାଚଲ୍ତି କରୁନାଇ ।
ତମ୍କେ କାଇବାଟା ମାଙ୍ଗ୍ବାକେ ଆମର୍ ଅଦିକାର୍ ରଇଲା, ମାତର୍ ସେନ୍ତାରି କରୁନାଇ । କାଇକେବଇଲେ ତମର୍ପାଇ ଗଟେକ୍ ଉଦାଅରନ୍ ଦେକାଇବାକେ ସେନ୍ତାରି କଲୁ ।
ତକେ ଦାଙ୍ଗ୍ଡା ଆଚେ ବଲି କେ ମିସା ଇନ୍ ନ କର । ମାତର୍ ସବୁ ବିସ୍ବାସି ମନର୍ପାଇ ଗଟେକ୍ ସାକିପାରା ନିକ ଚଲାଚଲ୍ତି କର୍ । ସବୁ ବେଲେ ସତ୍ କାତା କଇତେର, ନିକସଙ୍ଗ୍ ଚଲାଚଲ୍ତି କର୍ତେରଇବା, ଲକ୍ମନ୍କେ ଆଲାଦ୍ କର୍ତେରଇବା, କିରିସ୍ଟକେ ବିସ୍ବାସ୍ କର୍ତେରଇବା, ପାପେ ରଅନାଇ ।
ଜନ୍ ଲକ୍ମନ୍ ତମ୍କେ ମୁକିଅ ଇସାବେ ଡାକିନେଇ ପର୍ମେସରର୍ ବାକିଅ ସିକାଇତେରଇଲାଇ, ସେମନର୍ ବିସଇ ବାବିଦେକା । ସେମନ୍ କେନ୍ତି ଜିଇଲାଇ ଆରି ମଲାଇ ? ତମେ ତାର୍ ପାରା ବିସ୍ବାସ୍ କରା ।
ତମେ ଦେକାରକା କର୍ବା ଲକ୍ମନ୍କେ ବାଦିଅ କରାନାଇ । ତାର୍ ବାଦୁଲେ ତମର୍ ନିକ ଚଲାଚଲ୍ତି ଦେକି ସେମନ୍ ସିକତ୍ ।