1 ସାରାସାରି ପଚେ ଏ ମର୍ ବାଇବଇନିମନ୍, ମୁଇ ତମ୍କେ ଆଗ୍ତୁ କଇଲାଟା ଆରିତରେକ୍ କଇବାକେ ମକେ ବିଜାର୍ ଲାଗେନାଇ । କାଇକେବଇଲେ ସେନ୍ତାରି କଲେ ବୁଲ୍ ବିସଇ ସିକାଉମନର୍ଟାନେଅନି ତମେ ଜାଗ୍ରତ୍ ଅଇରଇସା ।
ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।”
ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
ଅବ୍କା ସେତ୍କିସେ ନଏ, ମାପ୍ରୁ ଜିସୁକିରିସ୍ଟର୍ ତେଇଅନି ପରମେସର୍ ଜନ୍ ସବୁ କାମ୍ କଲାଆଚେ, ସେଟାର୍ ପାଇ ଆମର୍ ମନ୍ ଉଡୁକ୍ଦୁଡୁକ୍ ଆରି ସାର୍ଦାଇ ପୁରୁନ୍ ଅଇଆଚେ। ସେ ଜିସୁ ପରମେସର୍ ସଙ୍ଗ୍ ଆମ୍କେ ଆରିତରେକ୍ ମିସାଇଲା ଆଚେ ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ ।
କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।
ମାପ୍ରୁର୍ ସଙ୍ଗ୍ ମିସିରଇଲାର୍ପାଇ ସବୁବେଲେ ସାର୍ଦା ଅଇକରି ରୁଆ । ମୁଇ ଆରିତରେକ୍ କଇଲିନି ସାର୍ଦା ଅଇକରି ରୁଆ ।
ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
ତେବେ ଏ ବାଇମନ୍ ସାରାସାରି ବେଲାଇ କେନ୍ତାରି ଚଲାଚଲ୍ତି କଲେ ପର୍ମେସର୍ ସାର୍ଦା ଅଇସି, ସେ ବିସଇ ତମେ ଆମର୍ଟାନେଅନି ସିକିଆଚାସ୍ । ଆରି ସେନ୍ତାରିସେ ଚଲାଚଲ୍ତି କଲାସ୍ନି । ତମେ ଜେନ୍ତାରି କଲାସ୍ନି, ସେ ଇସାବେ ଆରି ଆଗ୍ତୁ ଆଗ୍ତୁ ଜିବାକେ ଆମେ ତମ୍କେ ମାପ୍ରୁ ଜିସୁର୍ ନାଉଁଦାରି ବାବୁଜିଆ କରି ସାର୍ଦା କରାଇଲୁନି ।
ସବୁବେଲେ ସାର୍ଦାଅଇ ରୁଆ ।
ଏ ମର୍ ବାଇବଇନିମନ୍ ଜିବନ୍ ବିତାଇଲାବେଲେ ତମର୍ ବିସ୍ବାସ୍ ଡାଁଟ୍ ଆଚେ କି ନାଇ ବଲି, ଜେତ୍କି ଦୁକ୍ କସ୍ଟର୍ ପରିକା ଆଇଲେ, ଏଟା ଗଟେକ୍ ନିକ କରମର୍ ବିସଇ ବଲି ଏତାଆ ।
ସାରାସାରି ତମର୍ ସବୁଲକର୍ ମନ୍ ଗଟେକ୍ ଅ । ଦୁକ୍ସୁକ୍ ବେଲେ ତମର୍ ତମର୍ ବିତ୍ରେ ମିସିବିଡି ରୁଆ । ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ସୁଆଲେ ରୁଆ ।
ତାର୍ ବାଦୁଲେ, କିରିସ୍ଟ ଦୁକ୍ କସ୍ଟ ମୁର୍ଚିକରି ରଇଲାର୍ ପାରା ତମ୍କେ ମୁରଚ୍ବାକେ ଆଇଲେ, ସାର୍ଦା ଉଆ । ଜନ୍ ଦିନେ ସେ ତାର୍ ଡାକ୍ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍ ସାର୍ଦା ଅଇସା ।
ଏ ମର୍ ଆଲାଦର୍ ବାଇବଇନିମନ୍, ଏଟା ମୁଇ ତମର୍ ଲଗେ ଦୁଇପାଲି ଅଇଲା ଚିଟି ଲେକ୍ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍ ମନେ ଏତାଇ ତମର୍ ମନେ ସୁକଲ୍ କର୍ବାପାଇ ଚିନ୍ତା କଲିନି ।