Online Bibel

- Annoncer -

ଏଫିସୀୟ 6 - ପବିତ୍ର ବାଇବଲ


ସନ୍ତାନ ଓ ପିତାମାତା

1 ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।

2 କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’ ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ।

3 ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’

4 ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର।


ଦାସ ଓ ମାଲିକ

5 ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।

6 ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ।

7 ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ।

8 ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ।

9 ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।


ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ

10 ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ।

11 ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ।

12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ।

13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

14 ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ।

15 ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ।

16 ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ।

17 ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ।

18 ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।

19 ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ।

20 ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।


ଶେଷ ଶୁଭେଚ୍ଛା

21 ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା'ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି।

22 ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ପଠାଉଛି।

23 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପିତା ପରମେଶ୍ୱରଙ୍କ ଦ୍ୱାରା ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରାପ୍ତ ହେଉ।

24 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଶେଷ ପ୍ରେମ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ହେଉ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Følg os:



Annoncer