୨ ପିତର 2:13 - ଓଡିଆ ବାଇବେଲ13 ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି । Viz kapitolaପବିତ୍ର ବାଇବଲ (Re-edited) - (BSI)13 ପୁଣି, ଅନ୍ୟାୟ ବେତନ ସ୍ଵରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି। Viz kapitolaପବିତ୍ର ବାଇବଲ (CL) NT (BSI)13 ଅନ୍ୟମାନଙ୍କୁ ଯେପରି କ୍ଳେଶ ଦେଇଛନ୍ତି, ନିଜେ ସେହିପରି କ୍ଳେଶ ଭୋଗ କରିବେ। ଯାହା କିଛି ସେମାନଙ୍କର ଶାରୀରିକ ଅଭିଳାଷ ତୃପ୍ତ କରେ, ତାହା ସେମାନେ ଦିବାଲୋକରେ କରି ଆନନ୍ଦ ପାଆନ୍ତି। ସେମାନେ ନିଜର ଛଳନାପୂର୍ଣ୍ଣ କାର୍ଯ୍ୟରେ ଆନନ୍ଦ ଉପଭୋଗ କରୁ କରୁ ତୁମ ସହିତ ଏକତ୍ର ଭୋଜନ କରନ୍ତି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି। Viz kapitolaପବିତ୍ର ବାଇବଲ13 ଏହି ଭଣ୍ଡ ଶିକ୍ଷକମାନେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି। ଅତଏବ ସେମାନେ ନିଜେ ଦୁଃଖ ପାଇବେ। ସେମାନେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସେମାନେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜି ଉତ୍ସବରେ ସମ୍ମିଳିତ ହେବା ବେଳେ, ସେମାନେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ୱରୂପ ଅଟନ୍ତି। Viz kapitola |