Online Bible

- Reklamy -




ପ୍ରକାଶିତ 8:7 - ପବିତ୍ର ବାଇବଲ

7 ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

7 ପ୍ରଥମ ଦୂତ ତୂରୀଧ୍ଵନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତୃତୀୟାଂଶ ପୁଣି ସମସ୍ତ ହରିଦ୍ବର୍ଣ୍ଣ ତୃଣ ଦଗ୍ଧ ହେଲା।

Viz kapitola kopírovat

ଓଡିଆ ବାଇବେଲ

7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

7 ପ୍ରଥମ ଦୂତ ତୂରୀ ବଜାଇବା କ୍ଷଣି କୁଆପଥର, ଅଗ୍ନି ଓ ରକ୍ତ ପୃଥିବୀ ଉପରେ ପଡ଼ିଲା। ଫଳରେ ସମସ୍ତ ବୃକ୍ଷଲତା, ସବୁଜ ତୃଣ ସହିତ ପୃଥିବୀର ଏକ ତୃତୀୟାଂଶ ଦଗ୍ଧ ହେଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତ-ମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା।

Viz kapitola kopírovat




ପ୍ରକାଶିତ 8:7

Následuj nás:

Reklamy


Reklamy