ମାଥିଉ 16:21 - ପବିତ୍ର ବାଇବଲ21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ। Viz kapitolaପବିତ୍ର ବାଇବଲ (Re-edited) - (BSI)21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। Viz kapitolaଓଡିଆ ବାଇବେଲ21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ । Viz kapitolaପବିତ୍ର ବାଇବଲ (CL) NT (BSI)21 ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ। Viz kapitola |