Online Bible

- Reklamy -




ପ୍ରେରିତ 7:8 - ପବିତ୍ର ବାଇବଲ

8 “ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇ‌ସ୍‌ହାକଙ୍କର ପିତା ହେଲେ। ଇ‌ସ୍‌ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇ‌ସ୍‌ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ସେ ତାଙ୍କୁ ସୁନ୍ନତବିଧି ପ୍ରଦାନ କଲେ, ପୁଣି ତଦନୁସାରେ ଅବ୍ରହାମ ଯିସ୍‍ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାଙ୍କୁ ସୁନ୍ନତ କଲେ; ଯିସ୍‍ହାକ ଯାକୁବଙ୍କୁ, ପୁଣି ଯାକୁବ ଦ୍ଵାଦଶ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ।

Viz kapitola kopírovat

ଓଡିଆ ବାଇବେଲ

8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

8 ତା’ପରେ ଈଶ୍ୱର ଅବ୍ରହାମଙ୍କ ସହିତ ଚୁକ୍ତି ଚିହ୍ନ ସ୍ୱରୂପ ସୁନ୍ନତ ବିଧି ସ୍ଥାପନ କଲେ। ତେଣୁ ତାଙ୍କ ପୁତ୍ର ଇସ୍ହାକଙ୍କ ଜନ୍ମର ଏକ ସପ୍ତାହ ପରେ ଅବ୍ରହାମ ତାଙ୍କୁ ସୁନ୍ନତ କଲେ; ଇସ୍ହାକ ତାଙ୍କ ପୁତ୍ର ଯାକୁବଙ୍କୁ ଓ ଯାକୁବ ତାଙ୍କ ବାର ପୁତ୍ର ତଥା ଆମ ଜାତିର ବିଖ୍ୟାତ ପୂର୍ବପୁରୁଷମାନଙ୍କୁ ସୁନ୍ନତ କଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ।

Viz kapitola kopírovat




ପ୍ରେରିତ 7:8

Následuj nás:

Reklamy


Reklamy