Online Bible

- Reklamy -




୧ କରିନ୍ଥୀୟ 7:14 - ପବିତ୍ର ବାଇବଲ

14 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା'ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା'ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

14 କାରଣ ଅବିଶ୍ଵାସୀ ସ୍ଵାମୀ ଭାର୍ଯ୍ୟା ହେତୁ ଶୁଚି କରାଯାଇଅଛି, ଆଉ ଅବିଶ୍ଵାସିନୀ ଭାର୍ଯ୍ୟା ସ୍ଵାମୀ ହେତୁ ଶୁଚି କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ଶୁଚି।

Viz kapitola kopírovat

ଓଡିଆ ବାଇବେଲ

14 କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ବାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ବାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅପବିତ୍ର ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

14 କାରଣ ସେହି ଅଣବିଶ୍ୱାସୀ ସ୍ୱାମୀ, ତା’ ସ୍ତ୍ରୀର ସାହଚର୍ଯ୍ୟରେ ଓ ସେହି ଅଣବିଶ୍ୱାସୀ ସ୍ତ୍ରୀ, ଆପଣା ସ୍ୱାମୀର ସାହଚର୍ଯ୍ୟରେ ପ୍ରଭୁ ଯୀଶୁ ଖ୍ରଷ୍ଟଙ୍କୁ ଗ୍ରହଣ କରି ପାରନ୍ତି। ତା’ ନ ହେଲେ, ସେମାନଙ୍କ ସନ୍ତାନମାନେ ଅଶୁଚି ହେବେ, କିନ୍ତୁ ପ୍ରକୃତ ପକ୍ଷେ ସେମାନେ ଈଶ୍ୱରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।

Viz kapitola kopírovat




୧ କରିନ୍ଥୀୟ 7:14

Následuj nás:

Reklamy


Reklamy