୧ କରିନ୍ଥୀୟ 14:5 - ପବିତ୍ର ବାଇବଲ5 ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ। Viz kapitolaପବିତ୍ର ବାଇବଲ (Re-edited) - (BSI)5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ତଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ। Viz kapitolaଓଡିଆ ବାଇବେଲ5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ । Viz kapitolaପବିତ୍ର ବାଇବଲ (CL) NT (BSI)5 ତୁମ୍ଭେମାନେ ସମସ୍ତେ ଅଲୌକିକ ଭାଷାରେ କଥା କହିଲେ, ମୁଁ ଖୁସି ହେବି, କିନ୍ତୁ ମୁଁ ଚାହେଁ, ତୁମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପାଇଁ ଶକ୍ତି ପାଅ। ଅଲୌକିକ ଭାଷାରେ କଥା କହିବା, ମଣ୍ଡଳୀ ପାଇଁ ଉପାଦେୟ ହେବ; ଯଦି କେହି ତା’ର ଅର୍ଥ ବ୍ୟାଖ୍ୟା କରି ବୁଝାଇ ଦିଏ, ନଚେତ୍ ଅଲୌକିକ ଭାଷାରେ କଥା କହିବାଠାରୁ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶ୍ରେଷ୍ଠତର। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ। Viz kapitola |