ମାଥିଉ 17:25 - ପବିତ୍ର ବାଇବଲ (CL) NT (BSI)25 ପିତର ଉତ୍ତର ଦେଲେ, “ନିଶ୍ଚୟ”। ପିତର ଘର ଭିତରେ ପ୍ରବେଶ କରିବାକ୍ଷଣି ଯୀଶୁ ତାଙ୍କୁ ପଚାରିଲେ, “ଶିମୋନ, ତୁମେ କ’ଣ ଭାବୁଛ? ଏ ଜଗତରେ ରାଜାମାନଙ୍କୁ କିଏ ଶୁଲ୍କ ଦିଏ-ସେମାନଙ୍କର ରାଜ୍ୟର ପ୍ରକାରମାନେ?” Viz kapitolaପବିତ୍ର ବାଇବଲ (Re-edited) - (BSI)25 ସେ କହିଲେ, ହଁ, ଦିଅନ୍ତି। ଆଉ, ସେ ଘରକୁ ଆସିଲା ଉତ୍ତାରେ ଯୀଶୁ ଆଗେ ତାଙ୍କୁ କହିଲେ, ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ଵ ନିଅନ୍ତି? ସେମାନଙ୍କ ପୁତ୍ରମାନଙ୍କଠାରୁ କିମ୍ଵା ବିଦେଶୀମାନଙ୍କଠାରୁ? Viz kapitolaଓଡିଆ ବାଇବେଲ25 ସେ କହିଲେ, ହଁ, ଦିଅନ୍ତି । ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କ'ଣ ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି ? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ସେ କହିଲେ, ହଁ, ଦିଅନ୍ତି। ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, “ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ?” Viz kapitolaପବିତ୍ର ବାଇବଲ25 ପିତର ଉତ୍ତର ଦେଲେ, “ହଁ, ସେ ଦିଅନ୍ତି।” ପିତର ଘର ଭିତରକୁ ଗଲେ, ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ, “ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାର କରଆଦାୟ କରିଥା’ନ୍ତି। କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ’ଣ ରାଜାଙ୍କ ନିଜ ସନ୍ତାନସନ୍ତତି ନା ଅନ୍ୟମାନଙ୍କର ସନ୍ତାନସନ୍ତତି? ତୁମ୍ଭେ କ’ଣ ଭାବୁଛ?” Viz kapitola |