ମାର୍କ 14:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)3 ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। Viz kapitolaଓଡିଆ ବାଇବେଲ3 ସେ ବେଥନିଆରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । Viz kapitolaପବିତ୍ର ବାଇବଲ (CL) NT (BSI)3 ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନ ନାମକ ଜଣେ ଲୋକର ଘରେ ଅତିଥି ହୋଇଥିଲେ। ଯୀଶୁ ସେଠାରେ ଭୋଜନରେ ବସିଥିବା ବେଳେ ଜଣେ ସ୍ତ୍ରୀ ଲୋକ ବହୁମୂଲ୍ୟ ଜଟାମାଂସୀ ସୁଗନ୍ଧି ତୈଳପୂର୍ଣ୍ଣ ଗୋଟିଏ ଧଳା ପଥର ପାତ୍ର ନେଇ ଆସିଲା। ସେ ପାତ୍ରଟିକୁ ଭାଙ୍ଗି ଯୀଶୁଙ୍କ ମସ୍ତକ ଉପରେ ସବୁ ତୈଳ ଢ଼ାଳି ଦେଲା। Viz kapitolaପବିତ୍ର ବାଇବଲ3 ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା। Viz kapitola |