ହିତୋପଦେଶ 21 - ପବିତ୍ର ବାଇବଲ1 କୃଷକ ତା'ର ଜମିରେ ପାଣି ମଡ଼ାଇବା ପାଇଁ ଛୋଟ ନାଳ କରେ। ସେ ତା'ର ଜଳ ଯୁଆଡ଼େ ନେବାକୁ ଗ୍ଭହେଁ ସେଆଡ଼େ ତା'ର ନାଳ ବଙ୍କେଇ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ଯୁଆଡ଼େ ଇଚ୍ଛା ସେଆଡ଼େ ନେଇଯାଏ। 2 ମନୁଷ୍ୟ ଯାହା କର୍ମ କରେ ତାହା ତା'ର ଦୃଷ୍ଟିରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦୟ ସବୁ ତୌଲନ୍ତି। 3 ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଗ୍ଭର ସଦାପ୍ରଭୁଙ୍କ ପ୍ରିୟ ବିଷୟ। 4 ଦୁଷ୍ଟ ଲୋକମାନଙ୍କର ଗର୍ବ ଗ୍ଭହାଣି ଓ ଗର୍ବିତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦେଖାଯାଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ। 5 ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧରେ। କେବଳ ଦାରିଦ୍ର୍ୟ ଆଡ଼କୁ ପଥ ଦେଖାଏ। 6 ଯଦି ତୁମ୍ଭେ ଠକିକରି ଧନ ଅର୍ଜ୍ଜନ କରିଥାଅ, ସେହି ଧନ ଶୀଘ୍ର ଗ୍ଭଲିଯିବ, ଠିକ୍ ବାଷ୍ପପରି। ସେହି ଧନ ମୃତ୍ୟୁ ଆଡ଼କୁ ପରିଗ୍ଭଳିତ ହେବ। 7 ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ବିନାଶ କରିବ। ଯେହେତୁ ସେମାନେ ନ୍ୟାୟ କର୍ମ କରିବାକୁ ନାସ୍ତି କରନ୍ତି। 8 ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ। 9 କଳିହୁଡ଼ି ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ। 10 ଦୁଷ୍ଟ ଲୋକର ମନ ସର୍ବଦା ଅନିଷ୍ଟ ପାଞ୍ଚେ। ପୁଣି ତା'ର ଦୃଷ୍ଟିରେ ତା'ର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ। 11 ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନଙ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ। 12 ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟରେ ବିବେଚନା କରେ। ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ କିପରି ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ। 13 ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡାକ ଶୁଣେ ନାହିଁ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ। 14 ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ। ପୁଣି ଅଣ୍ଟିରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ। 15 ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ। 16 ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ୟୁ ଲୋକ ମଧ୍ୟରେ ଶେଷ ହେବ। 17 ଯେଉଁ ଲୋକ ଆମୋଦ ଭଲପାଏ, ସେ ଦରିଦ୍ର ହେବ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହେବ ନାହିଁ। 18 ଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ, ପୁଣି ବିଶ୍ୱାସଘାତକ ସରଳ ଲୋକର ବଦଳି ସ୍ୱରୂପ। 19 କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ। 20 ଜ୍ଞାନବାନର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶେଷ କରେ। 21 ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚାତ୍ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ। 22 ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ୱଂସ କଲେ ସେମାନେ ବିଶ୍ୱାସ କରନ୍ତି। 23 ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ ସେ କ୍ଳେଶରୁ ଆପଣା ପ୍ରାଣକୁ ରକ୍ଷା କରେ। 24 ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ। ସେ ଆତ୍ମଗର୍ବ ଦେଖାଏ। 25 ଅଳସୁଆର ବାଞ୍ଚିତ ବିଷୟ ତାହାର ମୃତ୍ୟୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ। 26 କିଛି ଲୋଭୀ ଲୋକ ଦିନଯାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି। 27 ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ତାହା କଲେ ବହୁତ ଘୃଣିତ ହୁଏ। 28 ମିଥ୍ୟାସାକ୍ଷୀ ବିନଷ୍ଟ ହେବ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହେବ। 29 ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ। 30 ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ। 31 ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ, ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ସର୍ବଦା ଆସେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International