Online Bible

- Reklamy -

ଯିରିମୀୟ 49 - ପବିତ୍ର ବାଇବଲ


ଅମ୍ମୋନ ବିଷୟରେ ଏକ ବାର୍ତ୍ତା

1 ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ହେ ଅମ୍ମୋନୀୟ ସନ୍ତାନଗଣ, ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି? ତେବେ ମି‌‌ଲ୍‌‌କମ୍ କାହିଁକି ଗା‌ଦ୍‌ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?”

2 ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଧ୍ୱନି ଶୁଣାଯିବ। ରବ୍ବା ଧ୍ୱଂସ ପାଇବ ଓ ତାହା ଏକ ଜନଶୂନ୍ୟ ଢିପି ହେବ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦ‌ଗ୍‌ଧିଭୂତ ହେବ। ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।” ଏହା ସଦାପ୍ରଭୁ କହନ୍ତି।

3 “ହେ ହି‌‌‌ଶ୍‌‌‌ବୋନ୍ ନିବାସୀଗଣ, ତୁମ୍ଭେମାନେ ଚିତ୍କାର କର। କାରଣ ଅୟ ଧ୍ୱଂସ ପାଇଲା। ହେ ରବ୍ବାର କନ୍ୟାଗଣ, ଚିତ୍କାର କର। ଚଟବସ୍ତ୍ର ପରିଧାନ କରି ବିଳାପ କର ଓ ପ୍ରାଚୀର ମଧ୍ୟରେ ଏଣେ ତେଣେ ଦୌଡ଼, କାରଣ ମି‌‌ଲ୍‌‌କ‌‌‌ମ୍‌‌‌ର ଯାଜକଗଣ ଓ ଅଧିପତିଗଣ ଏକତ୍ର ହୋଇ ନିର୍ବାସନକୁ ଯିବେ।

4 ତୁମ୍ଭେମାନେ ତୁମ୍ଭମାନଙ୍କର ଶକ୍ତି ଓ ଧନ ସମ୍ପଦ ଉପରେ ଦର୍ପ କରୁଅଛ। ଏଥିପାଇଁ ତୁମ୍ଭେମାନେ କହୁଅଛ ଆମ୍ଭମାନଙ୍କ ପାଖକୁ କେହି ଆସିବେ ନାହିଁ।”

5 କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷରେ ଭୟ ଆଣିବା। ତୁମ୍ଭେମାନେ ଏଣେତେଣେ ଧାବିତ ହେବ, ମାତ୍ର ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ କେହି ନ ଥିବେ।”

6 ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।”


ଇଦୋମ ବିଷୟରେ ଏକ ବାର୍ତ୍ତା

7 ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି, “ତୈମନରେ ଆଉ କ’ଣ ଜ୍ଞାନ ନାହିଁ? ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି? ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?

8 ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ। ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା।

9 “ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ କିଛି ଫଳ ଗଛରେ ଛାଡ଼ିଥା’ନ୍ତି। ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି, ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ।

10 କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ ଏବଂ ତା'ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ। ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ। ତା'ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ।

11 ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ଆମ୍ଭେ ସେମାନଙ୍କୁ ଜୀବିତ ରଖିବା। ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।”

12 ମାତ୍ର ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ନାହିଁ, ସେମାନେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ୟ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହେବ। ତୁମ୍ଭେ ଦଣ୍ଡରୁ କେବେ ରକ୍ଷା ପାଇବ ନାହିଁ।”

13 ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।”

14 ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି; ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି। ଯଥା: “ତୁମ୍ଭେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ, ଇଦୋମ ବିରୁଦ୍ଧରେ ଯୁଦ୍ଧ ପାଇଁ ଅଗ୍ରସର ହୁଅ।

15 “ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧ୍ୟରେ କ୍ଷୁଦ୍ର ଓ ମନୁଷ୍ୟମାନଙ୍କ ମଧ୍ୟରେ ଘୃଣାଯୋଗ୍ୟ କରିଅଛୁ।

16 ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ ନିଜକୁ ମହାନ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।” ଏହା ସଦାପ୍ରଭୁ କହନ୍ତି।

17 “ଇଦୋମ ଧ୍ୱଂସ ହେବ ଓ ଅନ୍ୟମାନଙ୍କ ନିକଟରେ ବିସ୍ମୟର ପାତ୍ର ହେବ। ତାହା ନିକଟ ଦେଇ ଗମନକାରୀ ବିସ୍ମିତ ହେବେ ଓ ତା'ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।

18 ସଦୋମ ଓ ହମୋରାର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ୟ ହେବ। କୌଣସି ଲୋକ ସେଠାରେ ବାସ କରିବ ନାହିଁ କିଅବା କୌଣସି ଶିଶୁ ସେଠାରେ ଜନ୍ମ ହେବ ନାହିଁ।”

19 “ଏବଂ ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଦୂର କରି ଦେବା ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସେମାନଙ୍କ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପରେ ଶାସନ କରିବା ପାଇଁ ଆମ୍ଭେ ନିଯୁକ୍ତ କରିବା। କାରଣ ମୋ’ ପରି କିଏ ଅଛି? ଏପରି ପାଳକ କେହି ଅଛି, ଯିଏ କି ଆମ୍ଭ ସମ୍ମୁଖରେ ଠିଆ ହେବ?”

20 ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।

21 ଇଦୋମର ପତନ ଶବ୍ଦରେ ପୃଥିବୀ କମ୍ପିତ ହେଉଅଛି। ସେମାନଙ୍କର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ଯ୍ୟନ୍ତ ଶୁଣାଯାଉଛି।

22 ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ, ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ। ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ।


ଦମ୍ମେଶକ ବିଷୟରେ ଏକ ବାର୍ତ୍ତା

23 ଦମ୍ମେଶକ ପାଇଁ ଏହି ବାର୍ତ୍ତା, “ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି। ସେମାନେ ନିରୁତ୍ସାହିତ ହୋଇଅଛନ୍ତି, ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ।

24 ଦମ୍ମେଶକ ଦୁର୍ବଳ ହୋଇଅଛି। ଏହା ରକ୍ଷା ପାଇବା ପାଇଁ ଆଶା କରୁଅଛି। ସେମାନଙ୍କୁ ଭୟ ଆକ୍ରାନ୍ତ କରିଅଛି, ପ୍ରସବକାଳୀନ ତୀବ୍ର ବେଦନାଗ୍ରସ୍ତ ସ୍ତ୍ରୀ ପରି ସେମାନେ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି।

25 “ସୁଖମୟ ଓ ‘ଆନନ୍ଦଦାୟକ’ ଦମ୍ମେଶକ ନଗର କିପରି ପରିତ୍ୟକ୍ତ ହୋଇଅଛି।

26 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।”

27 “ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା ଓ ତାହା ବି‌‌‌ନ୍‌‌‌ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।”


କେଦର ଓ ହା‌‌‌ତ୍‌‌‌ସୋର ବିଷୟରେ ବାର୍ତ୍ତା

28 ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ପରାଜିତ କେଦରର ଓ ହା‌‌‌ତ୍‌‌‌ସୋରର ରାଜା ସମୂହ ବିଷୟରେ ଏହି ବାର୍ତ୍ତା। ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାଅ ଓ କେଦରର ପରିବାରବର୍ଗକୁ ଆକ୍ରମଣ କର। ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।

29 ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲକୁ ନେଇଯିବେ। ସେମାନଙ୍କର ଯବନିକା, ସେମାନଙ୍କର ଯାବତୀୟ ପାତ୍ର ଓ ଓଟ ପଲକୁ ସେମାନେ ନିଜ ପାଇଁ ନେଇଯିବେ। ଆଉ ‘ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି’ ସେମାନେ ଉଚ୍ଚସ୍ୱରରେ କହିବେ।”

30 ସଦାପ୍ରଭୁ କହନ୍ତି, “ହେ ହା‌‌‌ତ୍‌‌‌ସୋର ନିବାସୀଗଣ, ପଳାୟନ କର। ନିରାପଦ ସ୍ଥାନରେ ଲୁଚି ରୁହ। କାରଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି। ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ସଂକଳ୍ପ କରିଅଛି।

31 ସଦାପ୍ରଭୁ କହନ୍ତି, “ଯେଉଁ ଦେଶ କବାଟ ବିହୀନ ଓ ହୁଡ଼ୁକା ନ ଥିବା ସ୍ଥାନରେ ରହି ନିଜକୁ ନିରାପଦ ମନେ କରୁଛନ୍ତି, ସେହିମାନଙ୍କୁ ଆକ୍ରମଣ କର।

32 ଶତ୍ରୁଗଣ ସେମାନଙ୍କର ଓଟଗୁଡ଼ିକୁ ନେଇଯିବେ। ସେମାନଙ୍କର ଅପାର ପଶୁପଲ ଲୁଣ୍ଠିତ ହେବେ। ପୁଣି ଯେଉଁମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ନିକଟକୁ ଗ୍ଭରିଆଡ଼ୁ ବିପଦ ଆଣିବା।” ଏହା ସଦାପ୍ରଭୁ କହନ୍ତି।

33 “ହା‌‌‌ତ୍‌‌‌ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ। କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ। ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”


ଏଲମ ବିଷୟରେ ବାର୍ତ୍ତା

34 ଯିହୁଦାର ରାଜା ସିଦିକିୟର ରାଜତ୍ୱର ଆରମ୍ଭ ସମୟରେ ଏଲମ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।

35 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।

36 ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଗ୍ଭରି ବାୟୁକୁ ଏଲମ ବିରୁଦ୍ଧରେ ପ୍ରବାହିତ କରାଇବା। ଆଉ ସେହିସବୁ ବାୟୁ ଏଲମକୁ ପୃଥିବୀର ଗ୍ଭରିଆଡ଼େ ଛିନ୍ନଭିନ୍ନ କରିବ। ପୃଥିବୀର ଏପରି ଦେଶ ନ ଥିବ ଯେଉଁଠାକୁ ଏଲମର ପଳାତକ ଯାଇ ନ ଥିବେ।

37 ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କର ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ସମ୍ମୁଖରେ ବିନାଶ କରିବା।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କ ପଛରେ ଏକ ‌‌ଖ‌ଡ଼୍‌ଗ ପଠାଇବା।”

38 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।”

39 ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy