Online Bible

- Reklamy -

ଯିରିମୀୟ 45 - ପବିତ୍ର ବାଇବଲ


ବାରୁକଙ୍କ ପ୍ରତି ଏକ ବାର୍ତ୍ତା

1 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ଚତୁର୍ଥ ବର୍ଷରେ ନେରିୟର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିବା ବେଳେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ତାକୁ ଏହି କଥା କହିଲେ।

2 “ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି।

3 ‘ହେ ବାରୂକ, ତୁମ୍ଭେ ମୋତେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମୋର ଯନ୍ତ୍ରଣାରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଳାନ୍ତ ହେଉଅଛି ଓ ଯନ୍ତ୍ରଣାରେ ଥରୁଅଛି, ଯେହେତୁ ମୋର କିଛି ବିଶ୍ରାମ ନାହିଁ।”’

4 ତେଣୁ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, ‘ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାୟ ଯିହୁଦାରେ ଏହା କରିବୁ।

5 ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ ବିଷୟ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ଆମ୍ଭେ ସେସବୁ ସ୍ଥାନରେ ତୁମ୍ଭର ପ୍ରାଣ ରକ୍ଷା କରିବା।”’

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy