Online Bible

- Reklamy -

ଯିଶାଇୟ 20 - ପବିତ୍ର ବାଇବଲ


ଅଶୂର ମିଶର ଓ କୂଶକୁ ପରାସ୍ତ କରିବ

1 ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ।

2 ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।

3 ତା'ପରେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ତିନି ବର୍ଷ ଧରି ବିବସ୍ତ୍ର ଓ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅ‌‌ଦ୍‌‌ଭୂତ ଲକ୍ଷଣ ସ୍ୱରୂପ ଅଟେ।

4 ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ।

5 ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା'ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।”

6 ସେହି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, “ଆମ୍ଭେମାନେ ଏହି ଦେଶଗୁଡ଼ିକ ଉପରେ ସାହାଯ୍ୟ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟକୁ ଆମ୍ଭେମାନେ ବିଶ୍ୱାସ ଭୂମି ଭାବି ଧାଇଁ ଯାଇଥିଲୁ। ମାତ୍ର ସେହି ଦେଶଗୁଡ଼ିକ ଅଧିକୃତ ହେଲା, ତେବେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭେମାନେ କିପରି ବଞ୍ଚିବୁ?”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy