Online Bible

- Reklamy -

ହୋଶେୟ 5 - ପବିତ୍ର ବାଇବଲ


ନେତାମାନେ ଇସ୍ରାଏଲ ଓ ଯିହୁଦାର ପାପର କାରଣ ହୁଅନ୍ତି

1 “ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ। “ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ।

2 ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।

3 ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଯାହାସବୁ କରିଛି ତାହା ମଧ୍ୟ ଜାଣୁ। ହେ ଇଫ୍ରୟିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ଯ୍ୟ କରୁଛ। ଇସ୍ରାଏଲ ପାପରେ କଳୁଷିତ।

4 ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି।

5 ଇସ୍ରାଏଲର ଗର୍ବ ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ଦେବ। ତେଣୁ ଇସ୍ରାଏଲ ଓ ଇଫ୍ରୟିମ ସେମାନଙ୍କ ପାପ ଯୋଗୁଁ ପତିତ ହେବେ। ଯିହୁଦାର ମଧ୍ୟ ସେମାନଙ୍କର ସହିତ ପତନ ହେବ।

6 “ସେହି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ୱେଷଣରେ ଗଲେ। ସେମାନେ ସେମାନଙ୍କ ସହିତ ମେଷ ଓ ଗାଈମାନଙ୍କୁ ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସେମାନେ ପାଇଲେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଥିଲେ।

7 ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।”


ଇସ୍ରାଏଲ ଧ୍ୱଂସର ଏକ ଭବିଷ୍ୟ‌ଦ୍‌ବାଣୀ

8 “ଗିବିୟାରେ ତୂରୀ ବଜାଅ। ରାମାରେ ତୂରୀ ବଜାଅ। ବୈଥ-ଆବନରେ ସତର୍କ କରିଦିଅ। ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।

9 ଦଣ୍ତ ଦେବା ସମୟରେ ଇଫ୍ରୟିମ ସର୍ବହରା ହୋଇଯିବ। ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ ସେସବୁ ପ୍ରକୃତରେ ଘଟିବ।

10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା।

11 ଇଫ୍ରୟିମ ଦଣ୍ତିତ ହେବ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ। କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି।

12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରୟିମକୁ ଧ୍ୱଂସ କରିବା। ଆମ୍ଭେ ଯିହୁଦାକୁ ସଢ଼ାଇ ଦେବା।

13 ଇଫ୍ରୟିମ ତା'ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା। ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ। କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।

14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।

15 ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy