Online Bible

- Reklamy -

2 ବଂଶାବଳୀ 27 - ପବିତ୍ର ବାଇବଲ


ଯିହୁଦାର ରାଜା ଯୋଥାମ୍

1 ଯୋଥାମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଥିଲା ଯିରୁଶା। ଯିରୁଶା ସାଦୋକଙ୍କର କନ୍ୟା ଥିଲେ।

2 ଯୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସେହିପରି ପରମେଶ୍ୱରଙ୍କର ବାଧ୍ୟ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ।

3 ଯୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଊର୍ଦ୍ଧ୍ୱସ୍ଥ ଦ୍ୱାର ନିର୍ମାଣ କଲେ। ସେ ଓଫଲର ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।

4 ଯୋଥମ୍ ଯିହୁଦାର ପାର୍ବତ୍ୟାଞ୍ଚଳମାନଙ୍କରେ ମଧ୍ୟ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ୟ ମଧ୍ୟରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।

5 ଯୋଥମ୍ ଅମ୍ମୋନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ୟଦଳ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କଲେ ଓ ସେମାନଙ୍କୁ ପରାସ୍ତ କଲେ। ତେଣୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଅମ୍ମୋନୀୟମାନେ ଯୋଥା‌ମ୍‌ଙ୍କୁ 100 ତାଳନ୍ତ ରୂପା, ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶେଲ ପରିମାଣର ବାର୍ଲି ଦେଲେ।

6 ଯୋଥମ୍ ବିଶ୍ୱସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କର ବାଧ୍ୟ ହେବାରୁ ପରାକ୍ରମୀ ହୋଇ ଉଠିଲେ।

7 ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ସେ କରିଥିବା ଯୁଦ୍ଧର ବିବରଣୀ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖା ଯାଇଅଛି।

8 ଯୋଥମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ।

9 ଏହା ପରେ ଯୋଥମ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଆହସ୍ ଯୋଥ‌ମ୍‌ଙ୍କ ସ୍ଥାନରେ ରାଜା ହେଲେ। ଆହସ୍ ଯୋଥ‌ମ୍‌ଙ୍କ ପୁତ୍ର ଥିଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy