2 ବଂଶାବଳୀ 19 - ପବିତ୍ର ବାଇବଲ1 ଯିହୁଦାର ରାଜା ଯିହୋଶାଫଟ୍ ନିରାପଦରେ ଯିରୁଶାଲମରେ ନିଜ ଗୃହକୁ ଫେରି ଆସିଲେ। 2 ଦ୍ରଷ୍ଟା ଯେହୂ ଯିହୋଶାଫଟଙ୍କୁ ଭେଟିବାକୁ ଗଲେ। ଯେହୂଙ୍କର ପିତାଙ୍କର ନାମ ହନାନି ଥିଲା। ଯେହୂ ରାଜା ଯିହୋଶାଫଟଙ୍କୁ କହିଲେ, “ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କଲ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସେହି ଲୋକମାନଙ୍କୁ ପ୍ରେମ କଲ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କ୍ରୋଧ କରିଅଛନ୍ତି। 3 କିନ୍ତୁ ତୁମ୍ଭେ ଜୀବନରେ କେତେକ ଉତ୍ତମ ବିଷୟ କରିଅଛ। ତୁମ୍ଭେ ଏହି ଦେଶରୁ ଆଶେରା ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେଇଅଛ ଓ ତୁମ୍ଭେ ପରମେଶ୍ୱରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତରରେ ସିଦ୍ଧାନ୍ତ ନେଇଅଛ।” ଯିହୋଶାଫଟ୍ ବିଗ୍ଭରାକର୍ତ୍ତାମାନଙ୍କର ମନୋନୟନ କରନ୍ତି 4 ଯିହୋଶାଫଟ୍ ଯିରୁଶାଲମରେ ବାସ କରୁଥିଲେ। ସେ ବେର୍ଶେବାର ଲୋକମାନଙ୍କ ମଧ୍ୟରୁ ଇଫ୍ରୟିମର ପାର୍ବତ୍ୟମୟ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ସେହି ଲୋକମାନଙ୍କୁ ଯିହୋଶାଫଟ୍ ପୁଣି ଫେରାଇ ଆଣିଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ। 5 ଯିହୋଶାଫଟ୍ ଯିହୁଦାର ସମସ୍ତ ନଗରରେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗରେ ରହିବା ନିମନ୍ତେ ସେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। 6 ଯିହୋଶାଫଟ୍ ଏହି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସେ ବିଷୟରେ ବିଶେଷ ସାବଧାନ ହୁଅ, କାରଣ ଲୋକମାନେ ବିଗ୍ଭର କଲା ପରି ତୁମ୍ଭେମାନେ ନିଶ୍ଚିତ ସେପରି ବିଗ୍ଭର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତେବେଳେ ତୁମ୍ଭେମାନେ ଗୋଟିଏ ନିଷ୍ପତ୍ତି ନେବ, ସେତେବେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ। 7 ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।” 8 ଯିରୁଶାଲମରେ ଯିହୋଶାଫଟ୍ କେତେକ ଲେବୀୟ, ଯାଜକ ଓ ଇସ୍ରାଏଲୀୟ ବଂଶର ନେତାମାନଙ୍କୁ ବିଗ୍ଭରକର୍ତ୍ତା ରୂପେ ମନୋନୀତ କଲେ। ଯିରୁଶାଲମର ଲୋକମାନଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିୟମ ବ୍ୟବହାର କରିବାର ଥିଲା। 9 ଯିହୋଶାଫଟ୍ ସେମାନଙ୍କୁ କେତେକ ଆଦେଶ ଦେଲେ। ଯିହୋଶାଫଟ୍ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ୱସ୍ତ ଭାବରେ ସେବା କରିବ, ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। 10 ତୁମ୍ଭମାନଙ୍କ ନିକଟକୁ ହତ୍ୟା, ଆଇନ୍ ଅମାନ୍ୟ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗରରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ୟରୁ ହିଁ ଆସିବ। ଏହିସବୁ ମାମଲାରେ ତୁମ୍ଭେମାନେ ଲୋକମାନଙ୍କୁ “ସଦାପ୍ରଭୁ”ଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ସତର୍କ କରାଇଦେବ। ଯଦି ତୁମ୍ଭେମାନେ ବିଶ୍ୱସ୍ତ ଭାବେ ସେବା କରିବ ନାହିଁ, ତେବେ ତୁମ୍ଭ ବିରୁଦ୍ଧରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ। 11 “ଅମରିୟ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସେ ତୁମ୍ଭମାନଙ୍କର ମାଲିକ ହେବେ। ଆଉ ରାଜାଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସବଦିୟ ତୁମ୍ଭମାନଙ୍କର ମାଲିକ ହେବେ। ସବଦିୟଙ୍କ ପିତାଙ୍କର ନାମ ଇଶ୍ମାୟେଲ ଅଟେ। ସବଦିୟ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ୟ, ଲେବୀୟମାନେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭେମାନେ ସମସ୍ତ କାର୍ଯ୍ୟ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସେମାନଙ୍କର ସହିତ ରହନ୍ତି।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International