Online Bible

- Reklamy -

1 ବଂଶାବଳୀ 3 - ପବିତ୍ର ବାଇବଲ


ଦାଉଦଙ୍କର ପୁତ୍ରଗଣ

1 ଦାଉଦଙ୍କର କେତୋଟି ପୁତ୍ର ହିବ୍ରୋଣ ସହରରେ ଜନ୍ମ ହୋଇଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାରରେ ଥିଲା: ଦାଉଦଙ୍କର ପ୍ରଥମଜାତ ପୁତ୍ର ଥିଲେ ଅମ୍ନୋନ୍। ଅମ୍ନୋନଙ୍କର ମାତା ଥିଲେ ଅହୀନୋୟମ। ସେ ଯିଷ୍ରିୟେଲୀୟ ସହରରୁ ଆସିଥିଲେ। ଦ୍ୱିତୀୟ ପୁତ୍ର ଥିଲେ ଦାନିୟେଲ। ତାଙ୍କର ମାତା ଅବୀଗଲ କାର୍ମିଲିୟାରୁ ଆସିଥିଲେ।

2 ତୃତୀୟ ପୁତ୍ର ଥିଲେ ଅବଶାଲୋମ୍। ତାଙ୍କର ମାତା ମାଖା ତ‌ଲ୍‌ମୟଙ୍କର ଝିଅ ଥିଲେ। ଏହି ତ‌ଲ୍‌ମୟ ଗଶୂରର ରାଜା ଥିଲେ। ଚତୁର୍ଥ ପୁତ୍ର ଥିଲେ ଅଦୋନୀୟ। ତାଙ୍କର ମାତା ଥିଲେ ହଗୀତ୍।

3 ପଞ୍ଚମ ପୁତ୍ର ଥିଲେ ଶଫଟୀୟ। ତାଙ୍କର ମାତା ଥିଲେ: ଅବିଟଲ୍। ଷଷ୍ଠ ପୁତ୍ର ଥିଲେ ଯିତ୍ରିୟମ। ତାଙ୍କର ମାତା ଇଗ୍ଲା, ଦାଉଦଙ୍କର ସ୍ତ୍ରୀ ଥିଲେ।

4 ଦାଉଦ ହିବ୍ରୋଣରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହୋଇଥିଲେ। ଦାଉଦ ସେଠାରେ ସାତ ବର୍ଷ ଓ ଛଅମାସ ରାଜତ୍ୱ କଲେ ଏବଂ ତା'ପରେ ସେ ତେତିଶ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ।

5 ଯିରୁଶାଲମରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହୋଇଥିଲେ। ବତ୍‌ଶୂୟାଙ୍କଠାରୁ ଗ୍ଭରି ସନ୍ତାନ ଜନ୍ମ ହୋଇଥିଲେ। ବତ୍‌ଶୂୟା ଅମ୍ମୀୟେଲଙ୍କ ଝିଅ ଥିଲେ। ଶିମିୟ, ଶୋବବ୍, ନାଥନ ଓ ଶଲୋମନ୍।

6-8 ଅନ୍ୟ ନଅ ଜଣ ପୁତ୍ର ହେଲେ: ଯିଭର, ଇଲୀଶାମା, ଇଲୀଫେଲଟ୍, ନୋଗହ, ନେଫଗ୍, ଯାଫୀୟ, ଇଲୀୟାଦା, ଇଲୀଶାମା ଓ ଇଲୀଫେଲଟ୍।

9 ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ୟ ପୁତ୍ରଗଣ ଥିଲେ। ତାମର ସେମାନଙ୍କର ଭଉଣୀ ଥିଲେ।


ଦାଉଦଙ୍କ ରାଜତ୍ୱ ପରେ ଯିହୁଦାର ରାଜାଗଣ

10 ଶଲୋମନଙ୍କର ପୁତ୍ର ଥିଲେ ରିହବିୟାମ୍ ଓ ରିହବିୟାମଙ୍କର ପୁତ୍ର ଥିଲେ ଅବିୟ। ଅବିୟଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହୋଶାଫଟ୍।

11 ଯିହୋଶାଫ‌ଟଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିୟ। ଅହସିୟଙ୍କର ପୁତ୍ର ଥିଲେ ଯୋୟାଶ୍।

12 ଯୋୟାଶଙ୍କ ପୁତ୍ର ଥିଲେ ଅମତ୍‌ସିୟ। ଅମତ୍‌ସିୟଙ୍କ ପୁତ୍ର ଥିଲେ ଅସରିୟ। ଅସରିୟଙ୍କ ପୁତ୍ର ଥିଲେ ଯୋଥମ୍।

13 ଯୋଥ‌‌ମଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିୟ। ହିଜକିୟଙ୍କ ପୁତ୍ର ଥିଲେ ମନଃଶି।

14 ମନଃଶିଙ୍କ ପୁତ୍ର ଥିଲେ ଆମୋନ୍। ଆମୋ‌ନଙ୍କ ପୁତ୍ର ଥିଲେ ଯୋଶିୟ।

15 ଯୋଶିୟଙ୍କ ପୁତ୍ରମାନଙ୍କର ତାଲିକା ଏହି: ପ୍ରଥମ ପୁତ୍ର ଯୋହାନନ୍, ଦ୍ୱିତୀୟ ପୁତ୍ର, ଯିହୋୟାକୀମ୍, ତୃତୀୟ ପୁତ୍ର ସିଦିକିୟ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

16 ଯିହୋୟାକୀ‌ମଙ୍କ ପୁତ୍ର ଥିଲେ ଯିହୋୟାଖୀନ୍, ତାଙ୍କର ପୁତ୍ର ଥିଲେ ସିଦିକିୟ।


ବାବିଲୋନ୍ ଯିହୁଦାକୁ ପରାସ୍ତ କରିବା ପରେ ଦାଉଦଙ୍କର ପରିବାରବର୍ଗ

17 ଯିକନିୟ ବାବିଲୋ‌ନ୍‌ରେ ବନ୍ଦୀ ହୋଇ ଯିବା ପରେ, ଯିକନିୟଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶ‌ଲ୍‌ଟୀୟେଲ୍,

18 ମ‌ଲ୍‌କୀରାମ୍, ପଦାୟ, ଶିନତ୍‌ସର, ଯିକମିୟ, ହୋଶାମା ଓ ନଦବିୟ।

19 ପଦାୟଙ୍କର ପୁତ୍ରମାନେ ଥିଲେ ସରୁବ୍ବାବିଲ ଓ ଶିମିୟି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିୟ। ଶଲୋମୀତ ସେମାନଙ୍କର ଭଉଣୀ ଥିଲେ।

20 ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ହଶୂବା, ଓହେଲ, ବେରିଖିୟ, ହସଦିୟ ଓ ଯୁଶବ ହେଷଦ୍।

21 ହନାନିୟଙ୍କର ପୁତ୍ରମାନେ ଥିଲେ ପ୍ଲଟିୟ ଓ ତାଙ୍କର ପୁତ୍ର ଥିଲେ ଯିଶାୟାହ। ତାଙ୍କର ପୁତ୍ର ଥିଲେ: ରଫାୟର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନ ଓ ତାଙ୍କର ପୁତ୍ର ଥିଲେ ଓବଦିୟର ଓ ତାଙ୍କର ପୁତ୍ର ଥିଲେ ଶଖନିୟର।

22 ଶଖନିୟରଙ୍କର ବଂଶଧରମାନଙ୍କର ତାଲିକା ଏହି: ଶମୟିୟ। ଶମୟିୟଙ୍କର ଛଅ ପୁତ୍ର ଥିଲେ: ହଟୂଶ୍, ଯିଗାଲ, ବାରୀହ, ନିୟରିୟ, ଶେମାଯିହ ଓ ଶାଫଟ୍।

23 ନିୟରିୟଙ୍କର ତିନି ପୁତ୍ର ଥିଲେ, ସେମାନେ ହେଲେ ଇଲୀୟୋ-ଐନୟ, ହିଜକିୟ ଓ ଅସ୍ରୀକାମ।

24 ଇଲୀୟୋ-ଐନୟଙ୍କର ସାତ ପୁତ୍ର ଥିଲେ। ସେମାନେ ହେଲେ ହୋଦବିୟ, ଇଲୀୟାଶୀବ, ପ୍ଲାୟ, ଅ‌କ୍‌କବ୍, ଯୋହାନନ୍, ଦଳାୟ ଓ ଅନାନି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Následuj nás:



Reklamy