Online Bible

- Reklamy -

ଏବ୍ରୀ 3 - ପବିତ୍ର ବାଇବଲ (CL) NT (BSI)


ଯୀଶୁ ମୋଶାଙ୍କଠାରୁ ମହାନ

1 ଖ୍ରୀଷ୍ଟବିଶ୍ବାସୀ ଭାଇମାନେ, ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଆହୂତ! ତୁମ୍ଭେମାନେ ଯୀଶୁଙ୍କୁ ବିଷୟ ଚିନ୍ତା କର, ସେ ଆମ୍ଭମାନଙ୍କର ଧର୍ମବିଶ୍ୱାସର ମହାଯାଜକ ହେବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ପ୍ରେରିତ।

2 ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱାସ୍ତ ଭାବରେ କାର୍ଯ୍ୟ କରିଥିଲେ, ଈଶ୍ବରଭ୍କ ମନୋନୀତ ଯୀଶୁ ସେହିପରି ଏହି କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ।

3 ଗୃହ ଅପେକ୍ଷା ଗୃହନିର୍ମାତାକୁ ଅଧିକ ସମ୍ମାନ ଦିଆଯାଏ। ସେହିପରି ମୋଶାଙ୍କ ଅପେକ୍ଷା ଯୀଶୁ ଅଧିକ ସମ୍ମାନ ପାଇବାକୁ ଯୋଗ୍ୟ।

4 ପ୍ରତ୍ୟେକ ଗୃହ କୌଣସି ନା କୌଣସି ମନୁଷ୍ୟ ଦ୍ୱାରା ନିର୍ମତ, କିନ୍ତୁ ଈଶ୍ୱର ସମସ୍ତ ବିଷୟରେ ନିର୍ମାତା।

5 ସେବକ ଭାବରେ ମୋଶା ଈଶ୍ୱରଙ୍କ ଗୃହରେ ବିଶ୍ୱସ୍ତଭାବେ କାର୍ଯ୍ୟ କରିଥିଲେ ଏବଂ ଯେଉଁସବୁ ବିଷୟ ଈଶ୍ୱର ଭବିଷ୍ୟତରେ ଜଣାଇବାକୁ ଇଚ୍ଛା କରିଥିଲେ, ସେ ସର୍ମ୍ପକରେ ମୋଶା ସୂଚନା ଦେଇଥିଲେ।

6 କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମ

7-8 ତେଣୁ ପବିତ୍ରଆତ୍ମା ଏହିପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ପରି ହୃଦୟ କଠିନ କର ନାହଇଁ। ମରୁଭୂମିରେ ସେମାନେ ସେ ଦିନ ଈଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କ ପ୍ରତି ବିଦ୍ରୋହାଜରଣ କରିଥିଲେ।

9 ଈଶ୍ୱର କହନ୍ତି, ସେଠାରେ ସେମାନେ ମୋର ଶକ୍ତି ଓ ଧୈର୍ଯ୍ୟ ପରୀକ୍ଷା କଲେ, ଅଥଚ ଚାଲିଷ ବର୍ଷ ପର୍ଯ୍ୟନ୍ତ ମୁଁ ଯେଉଁସବୁ କାର୍ଯ୍ୟ କରିଥିଲି, ତାହା ସେମାନେ ଦେଖିଥିଲେ।

10 ତେଣୁ ମୁଁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ହୋଇ କହିଲି, ‘ସେମାନେ ସର୍ବଦା ଅବିଶ୍ୱସ୍ତ ଏବଂ ମୋର ଆଦେଶ ପାଳନ କରିବାକୁ ଅନିଚ୍ଛୁକ।’

11 ମୁଁ କ୍ରୋଧରେ ଶପଥ କଲି, ‘ମୁଁ ଯେଉଁ ଦେଶରେ ସେମାନେଙ୍କୁ ବିଶ୍ରାମ ଦେଇଥାନ୍ତି, ସେହି ଦେଶରେ ସେମାନେ ଆଦୌ ପ୍ରବେଶ କରିପାରିବେ ନାହିଁ।”

12 ହେ ବିଶ୍ୱାସୀ ଭାଇମାନେ, ସାବଧାନ, ତୁମ୍ଭମାନଙ୍କ ମଧ୍ୟରୁ କାହାରି ହୃଦୟ ଯେପରି ପାପ ଓ ଅବିଶ୍ୱାସରେ ପୂର୍ଣ୍ଣ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ବିମୁଖ ନ ହୁଏ।

13 ତୁମ୍ଭମାନଙ୍କ ମଧରୁ କେହି ଯେପରି ପାପ ଦ୍ୱାରା ପ୍ରତାରିତ ହୋଇ କଠିନ ହୃଦୟ ନ ହୁଅ, ଏଥିପାଇଁ ପରସ୍ପରକୁ ପ୍ରତିଦିନ ସାହାର୍ଯ୍ୟ କର। ପୁଣି ଧର୍ମଶାସ୍ତ୍ରରେ ଲିଖିତ ‘ଆଜି” ଶଦ୍ଦଟି ଯେ ପର୍ଯ୍ୟନ୍ତ ଆମ୍ଭେମାନଙ୍କ ପ୍ରତି ପ୍ରଯୁଜ୍ୟ, ସେ ପର୍ଯ୍ୟନ୍ତ ତାହା କରୁଥାଅ।

14 ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।

15 ଧର୍ମଶାସ୍ତ୍ରରେ ଲିଖିତ ଅଛି, “ଆଜି ଯଦି ତୁମେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ ପିତୃପୁରୁଷମାନେ ହୃଦୟ କଠିନ କରି ଈଶ୍ୱରଙ୍କ ପ୍ରତି ଯେପରି ବିଦ୍ରୋହାଚରଣ କରିଥିଲେ, ସେପରି କର ନାହିଁ।”

16 ଈଶ୍ୱରଙ୍କ ବାଣୀ ଶୁଣି ସୁଦ୍ଧା ଯେଉଁମାନେ ତାଙ୍କ ପ୍ରତି ବିଦ୍ରୋହାଚରଣ କଲେ, ସେମାନେ କିଏ? ଯେଉଁମାନଙ୍କୁ ମୋଶା ମିଶର ଦେଶରୁ କଢ଼ାଇ ଆଣିଥିଲେ, ସେହିମାନେ।

17 ଚାଳିଶ ବର୍ଷ ଧରି ଯେଉଁ ଈଶ୍ୱରଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେମାନେ କିଏ? ଯେଉଁମାନେ ପାପ କର୍ମ କରି ମରୁ ପ୍ରାନ୍ତରରେ ପ୍ରାଣ ହରାଇ ଥିଲେ, ସେହିମାନେ।

18 ଈଶ୍ୱର ଯେତେବେଳେ ଶପଥ କରି କହିଥିଲେ ଯେ, ସେମାନେ ତାଙ୍କର ବିଶ୍ରାମରେ କଦାପି ପ୍ରବେଶ କରିବେ ନାହିଁ, ସେତେବେଳେ ସେ କେଉଁମାନଙ୍କ ସମ୍ବନ୍ଧରେ ତାହା କହିଥିଲେ? ଯେଉଁମାନେ ବିଦ୍ରୋହଚରଣ କରିଥିଲେ, ସେମାନେ ସମ୍ବନ୍ଧରେ ଦେ ତାହା କହିଥିଲେ।

19 ଅତଏବ ଆମେ ଦେଖୁଛୁ ଯେ, ସେମାନଙ୍କ ଅବିଶ୍ୱାସ ଯୋଗୁଁ ସେମାନେ ସେହି ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Následuj nás:



Reklamy