La Biblia Online

- Anuncios -




2 ବଂଶାବଳୀ 6:16 - ପବିତ୍ର ବାଇବଲ

16 ବର୍ତ୍ତମାନ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ; ତୁମ୍ଭେ କହିଲ, ‘ଦାଉଦ, ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କରୁ ଜଣେ ସର୍ବଦା ମୋ’ ସମ୍ମୁଖରେ ଇସ୍ରାଏଲର ସିଂହାସନ ଉପରେ ବିରାଜମାନ ହେବ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତେବେ କେବଳ ଏହା ଘଟିବ। ତୁମ୍ଭେ ଯେପରି ମୋର ଆଇ‌ନ୍‌ସବୁ ପାଳନ କରିଅଛ, ସେହିପରି ସେମାନଙ୍କୁ ମଧ୍ୟ ମୋର ଆଇନ୍ ମାନିବାକୁ ପଡ଼ିବ।’

Ver Capítulo Copiar

ପବିତ୍ର ବାଇବଲ (Re-edited) - (BSI)

16 ତୁମ୍ଭେ ମୋʼ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭ ସନ୍ତାନମାନେ ଯେବେ ଆମ୍ଭ ବ୍ୟବସ୍ଥାନୁସାରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ଵର, ତୁମ୍ଭେ ଆପଣାର ସେହି ପ୍ରତିଜ୍ଞା ସଫଳ କର।

Ver Capítulo Copiar

ଓଡିଆ ବାଇବେଲ

16 ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭ ସନ୍ତାନମାନେ ଯେବେ ଆମ୍ଭ ବ୍ୟବସ୍ଥାନୁସାରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ସେହି ପ୍ରତିଜ୍ଞା ସଫଳ କର।

Ver Capítulo Copiar

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତୁମ୍ଭେ ମୋʼ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ‘ସେହିପରି ତୁମ୍ଭ ସନ୍ତାନମାନେ ଯେବେ ଆମ୍ଭ ବ୍ୟବସ୍ଥାନୁସାରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ସେହି ପ୍ରତିଜ୍ଞା ସଫଳ କର।’

Ver Capítulo Copiar




2 ବଂଶାବଳୀ 6:16

Síguenos en:

Anuncios


Anuncios